Thursday , February 2 2023
Breaking News
Home / ବ୍ୟବସାୟ ବାଣିଜ୍ୟ (page 3)

ବ୍ୟବସାୟ ବାଣିଜ୍ୟ

ଜାତୀୟ ରାଜପଥ କଡରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାନଯିବାକୁ ଦାବି

କେନ୍ଦ୍ରାପଡ଼ା, ୨୯/୦୮/୨୦୨୨(ଓଡ଼ିଶା ସମାଚାର)-  ଦୁହୁରିଆ ବଜାର କମିଟି ସଭାପତି ସୌମ୍ୟରଞ୍ଜନ ସାହୁ ଏବଂ ସମ୍ପାଦକ ପ୍ରଦୀପ କୁମାର ନାଥଶର୍ମାଙ୍କ ନେତୃତ୍ୱରେ ଦୁହୁରିଆ ବଜାରର ଶତାଧିକ ଉଠାଦୋକାନୀ ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ହେଉଛି ସେମାନେ ବର୍ଷବର୍ଷ ଧରି ଦୁହୁରିଆ ବଜାରଠାରେ ବ୍ୟବସାୟ କରିଆସୁଛନ୍ତି । କିନ୍ତୁ ୫ନମ୍ବର(କ) ଜାତୀୟ ରାଜପଥ କର୍ତୃପକ୍ଷ ଡାକବାଜି ଯନ୍ତ୍ର ଯୋଗେ ଗତ ୨୪ତାରିଖରେ ଘୋଷଣା କରିଛନ୍ତି ଯେ ଆସନ୍ତା ୭ଦିନ ମଧ୍ୟରେ ଉଠାଦୋକାନୀମାନେ ଦୁହୁରିଆ ବଜାରରୁ ହଟିନଗଲେ ସେମାନଙ୍କ …

Read More »

ସେପ୍ଟେମ୍ବର ୧ ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ୱର,୨୯ /୦୮/୨୦୨୨(ଓଡ଼ିଶା ସମାଚାର)- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧ ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ଘୋଷଣା କରିଛନ୍ତି। ଆଜି (ସୋମବାର) ଏନେଇ ରାଜସ୍ଵ ଏବଂ ବିପର୍ୟ୍ୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ପୂର୍ବରୁ ସରକାରୀ ଛୁଟି ତାଲିକାରେ ରହିଛି । ଓଡ଼ିଶା ସମାଚାର

Read More »

ବୁଧବାର ଠାରୁ ଏମପିଇଡିଏର ୫୦ ବର୍ଷ ପାଳନ ଉତ୍ସବ – କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟ ପଟେଲ କୋଚ୍ଚିରେ କରିବେ ସୁବର୍ଣ୍ଣ ଜୟନ୍ତୀ ଉଦଘାଟନ

କୋଚ୍ଚି / ଭୁବନେଶ୍ୱର,୨୪/୦୮/୨୦୨୨(ଓଡ଼ିଶା ସମାଚାର)- ଭାରତର ସାମୁଦ୍ରିକ ଉତ୍ପାଦକୁ ଏକ ବିଶ୍ୱ ସ୍ତରୀୟ ବ୍ରାଣ୍ଡରେ ପରିଣତ କରିବାର ଶ୍ରେୟ ଯାହା କଠୋର ପ୍ରତିଯାଗିତାର ସମ୍ମୁଖୀନ ହୋଇ ବଜାୟ ରହିଛି । ସାମୁଦ୍ରିକ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏମପିଇଡିଏ) ସଫଳତା ଏବଂ ଉନ୍ନତ ଭିତିଭୂମି ଦ୍ୱାରା ଚିହ୍ନିତ ପାଂଚ ଦଶନ୍ଧି ପୂରଣ କରିଛି ଏବଂ ଦେଶର ଉପକୂଳର୍ବ୍ଧୀ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ଶିଳ୍ପକୁ ଯଥେଷ୍ଟ ପ୍ରୋତ୍ସାହନ ପ୍ରଦାନ କରିଛି । ୧୯୭୨ରେ ବାଣିଜ୍ୟ ଏବଂ ଶିଳ୍ପମବଣାଳୟର ଏକ ବୈଧାନିକ ସଂସ୍ଥା ଭାବରେ ଆରମ୍ଭ ହୋଇଥିବା …

Read More »

ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!

ବକେୟା ପ୍ରାପ୍ୟ ପାଇଁ ଗେଟରେ ତାଲା ପକାଇଲେ ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ଭୁବନ ୨୩/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ ଥିବା ଗେଲ୍ ଇଣ୍ଡିଆ ଲିମିଟେଡ ର ସବଷ୍ଟେସନ ସମ୍ମୁଖରେ ୬୦ ଟି ଠିକା ସଂସ୍ଥାର ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ବକେୟା ପ୍ରାପ୍ୟ ପାଇଁଏକତ୍ରିତ ହୋଇ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଗେଲ୍ ଇଣ୍ଡିଆ କମ୍ପାନୀ ଶ୍ରମିକ ଓ କର୍ମଚାରୀ ମାନଙ୍କର କୋଟି କୋଟି ଟଙ୍କା ହଡପ କରିଛି ବୋଲି ଅଭିଯୋଗ ହୋଇଛି …

Read More »

ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ

ବାଲିଗୁଡା,୨୨/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଆବାହକ ରଞ୍ଜିତ କୁମାର ମହାନ୍ତି ଙ୍କ ଆହ୍ୱାନ କ୍ରମେ ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘ ଗଠନ କରାଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ପଣ୍ଡା ଉପ ସଭାପତି ଭାବେ ଅଶ୍ଵିନୀ କୁମାର ସାହୁ, ସମ୍ପାଦକ ଭାବେ ପ୍ରମୋଦ କୁମାର ଦଣ୍ଡସେନା, ସହ ସମ୍ପାଦକ ଭାବେ ଅଭୟ ମହାରଣା, କୋଷାଧ୍ୟକ୍ଷ ଭାବେ ରଞ୍ଜିତ କୁମାର ମହାନ୍ତି, ସହ …

Read More »

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର ୧୪୦୦ ଗ୍ରାମ । ଏହି ଲଗାଣ ବର୍ଷା ଓ ବନ୍ୟାରେ ପାଖାପାଖି ଅଢେଇ ଲକ୍ଷ ଲୋକ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ମହାନଦୀ ଅବବାହିକାରେ ଓ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମହାନଦୀ କୂଳ ଲଂଘନ କରି ଗାଁ ଭିତରେ ପାଣି ପଶିଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କୁଜଙ୍ଗ ନିକଟବର୍ତୀ ମହାନଦୀ …

Read More »

କୋଲକାତା ଇଣ୍ଡିଆ ଆନ୍ତର୍ଜାତୀୟ ସାମୁଦ୍ରିକ ଖାଦ୍ୟ ଶୋ 2023 ଆୟୋଜନ କରିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ (MPEDA), ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଆସୋସିଏସନ୍ ଅଫ୍ ଇଣ୍ଡିଆ (SEAI) ର ମିଳିତ ସହଯୋଗରେ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ଭାରତର ଅଦ୍ଭୁତପୂର୍ବ ପଦକ୍ଷେପ ଏହାର ସମସ୍ତ ଦିଗରେ ପ୍ରଦର୍ଶିତ ହେବ | ଆସନ୍ତା ବର୍ଷ ଫେବୃଆରୀ 15 ଠାରୁ 17 ପର୍ଯ୍ୟନ୍ତ ସହରରେ ସାମୁଦ୍ରିକ ଖାଦ୍ୟ ଶୋ (IISS) ପ୍ରଦର୍ଶିତ ହେବ | ଆଜି ଏଠାରେ ମିଳିତ ସାମ୍ବାଦିକ ସମ୍ମିଳନୀରେ MPEDA ଅଧ୍ୟକ୍ଷ ଡକ୍ଟର କେ ଏନ ରାଘବନ୍ ଏବଂ SEAI ରାଷ୍ଟ୍ରୀୟ ସଭାପତି …

Read More »

ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମଂଜୁରୀ, ୨୪ ହଜାରଙ୍କୁ ନିଯୁକ୍ତି ମିଳିବ –

ରାଜ୍ୟରେ ଅଧିକ ପୁଂଜି ନିବେଶ ବଢ଼ାଇବା ସହ ଯୁବକ ଯୁବତୀଙ୍କୁ କାମଧନ୍ଦା ଯୋଗାଇବାକୁ ରାଜ୍ୟ ସରକାର ଙ୍କ ବଡ଼ ନିଷ୍ପତ୍ତି ଭୁବନେଶ୍ୱର,୧୦/୦୮/୨୦୨୨(ଓଡ଼ିଶା ସମାଚାର)-ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ୭୪ ହଜାର ୬୨୦ କୋଟି ୨୦ ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛି । ଏହି ନିବେଶ ଦ୍ୱାରା ରାଜ୍ୟରେ ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି। ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଥିବା ନିବେଶ ପ୍ରସ୍ତାବ ମଧ୍ୟରେ ମୁଖ୍ୟତଃ ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ …

Read More »

ଶାରଳା ସୂତାକଳ ପୁନରୁଦ୍ଧାର ଦାବିରେ ତିର୍ତ୍ତୋଲରୁ  ଭୁବନେଶ୍ୱର ପଦଯାତ୍ରା

 ତିର୍ତ୍ତୋଲ,୦୧/୦୮/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଶାରଳା ସୂତାକଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ତିର୍ତ୍ତୋଲ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଶାରଳା ସୂତାକଳକୁ ବ୍ୟାଙ୍କ ଋଣମୁକ୍ତ ଓ ପୁନଉଦ୍ଧାର କରିବା ଦାବିରେ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ସୂଚନା ମିଳିଛି। ପଦଯାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟାଳୟରେ ତିର୍ତ୍ତୋଲ ଜନସାଧାରଣଙ୍କ ପ୍ରାୟ ୧୦ ହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି। ତିର୍ତ୍ତୋଲସ୍ଥ ସାରଳା ସମବାୟ ସୂତାକଳ …

Read More »

ନୀଳକଣ୍ଠ ଟ୍ରେଡ଼ର୍ସ ପକ୍ଷରୁ ଚାରମୀନାର ଆଜବେଷ୍ଟସ କମ୍ପାନୀର କର୍ମଶାଳା

ମାହାଙ୍ଗା,୩୦/୦୭/୨୦୨୨(ଓଡିଶା ସମାଚାର /ଅଭୟ ଜେନା)-ଘର କରିବାପାଇଁ ଅଧିକାଂଶ ଲୋକେ ଚାରମିନାର ଆଜବେଷ୍ଟସ ବ୍ୟବହାର କରୁଛନ୍ତି । ଏହି ଘର ତିଆରି କାର୍ୟ୍ୟରେ ନିୟୋଜିତ କୁଶଳୀ ମିସ୍ତ୍ରୀ ମାନଙ୍କୁ ନେଇ କମ୍ପାନୀ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମାହାଙ୍ଗା ବ୍ଲକ କଲ୍ୟାଣପୁରସ୍ଥିତ ନୀଳକଣ୍ଠ ଟ୍ରେଡ଼ର୍ସ ଅନୁକୁଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଚାରମିନାର କମ୍ପାନୀର ଷ୍ଟେଟହେଡ଼ ଆଶୁତୋଷ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟବସାୟରେ ବିଶ୍ୱାସନୀୟତା ଏବଂ ସାମଗ୍ରୀ ଯୋଗାଣରେ ଉତ୍କର୍ଷତା ବଜାୟ ରଖିବାକୁ …

Read More »