ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)- କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ୨୦୧୮ର ପ୍ରଚଳନ ନିମନ୍ତେ ପ୍ରଦାନ ନାମକ ସଂସ୍ଥା ଓ ଆପିକଲ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୨ ଟି ଜିଲ୍ଲାର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ରେ ୧୦୦୦ ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନପାଇଁ ଚୟନ କରାଯିବ ଏବଂ ସଶକ୍ତିକରଣ କରାଯିବ । ଏହାଦ୍ୱାରା ପ୍ରତି …
Read More »ମଣ୍ଡିରେ ଧାନ ବିକ୍ରୀ କରାଯିବା ପାଇଁ ପଞ୍ଜିକରଣକୁ ନେଇ ଚାଷୀ ଅସନ୍ତୁଷ୍ଟ
ଗରଦପୁରା ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚଳିତ ଖରିଫ ରୁତୁ ୨୦୧୯ରେ ଚାଷୀମାନଙ୍କର ବଳକା ଧାନ ବିକ୍ରୟ କରାଯିବା ପାଇଁ ସେବା ସମବାୟ ସମିତିଗୁଡିକରେ ଚାଷୀମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ କରାଯାଉଛି । ଏହି ପଞ୍ଜିକରଣ କାର୍ଯ୍ୟ ଅଗଷ୍ଟ ମାସର ୬ ତାରିଖ ଠାରୁ ଆରମ୍ଭ କରାଯାଇ ଅଗଷ୍ଟ ମାସର ୩୧ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ …
Read More »ରାଉତ ନୁଆଗାଁ ରେ ପଶୁ ଚିକିତ୍ସା ଶିବିର
୍ତାରପୁର,୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସାଦେଇପୁର ପଂଚାୟତ ରାଊତ ନୁଆଗାଁ ରେ ଇଫକୋ ଓ ଆଇଏଫଡ଼ିସି ର ମିଳିତ ସହଯୋଗରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଡ଼ିଡ଼ିଓ ଗଗନ ନାୟକ ଉପସ୍ଥିତ ରହି ଗୋରୁ ଗାଈ ଛେଳି ମେଣ୍ଢାଙ୍କୁ ଚିକିତ୍ସା କରିବା ସହ ଫାଟୁଆ ରୋଗର ଟୀକାକରଣ କରିଥିଲେ । ବିଭିନ୍ନ ପ୍ରକାର ଭାଇରାଲ ରୋଗ ଗୋରୁ ଗାଈଙ୍କ କ୍ଷେତ୍ରରେ ଦେଖାଯିବା ଏବଂ ଏହା …
Read More »ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଜିଲା ସ୍ତରୀୟ କର୍ମଶାଳା
ଜଗତସିଂହପୁର,୨୦/୦୮/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦ୍ଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲାରେ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଏକ ଜିଲାସ୍ତରୀୟ କର୍ମଶାଳା ନାବାର୍ଡ ବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲା ଦୁଗ୍ଧ ଉତ୍ପାଦନରେ ରାଜ୍ୟରେ ଏକ ଅଗ୍ରଣୀ ଜିଲା । ଜିଲାବାସୀ ଗୋ ପାଳନକୁ ଭଲ ପାଆନ୍ତି …
Read More »ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଚାଷୀ ନାମ ପଞ୍ଜିକରଣ କରାଇଲେ
ଗରଦପୁର ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ସେବା ସମବାୟ ସମିତରେ ମୋଟ ୮୫୮ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରାଇଥିବା ସମବାୟ ସମିତି ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ଠାରେ ଥିବା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ବେଡାରୀ ,ପଦ୍ମପୁର ପଞ୍ଚାୟତ ଓ ପାଟକୁରା ପଞ୍ଜାୟତର ମୋଟ ଦୁଇ ଗୋଟି ଗ୍ରାମକୁ ମିଶାଇ ମୋଟ ୧୪ ଗୋଟି …
Read More »ବର୍ଷା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ
ଗରଦପୁର ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ସମ୍ପ୍ରତି ଅଂଚଳରେ ଲଘୁଚାପ ଜନିତ ବର୍ଷା ହେବା ପରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାର ଦେଖା ଯାଇଛି । ଆଷାଢ ମାସରେ ଆବଶ୍ୟକ ପରିମାଣରେ ବର୍ଷା ହୋଇ ନ ଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରାବଣ ମାସରେ ଟାଣ ଖରା ହୋଇଥିବାରୁ ଅନେକ ସ୍ଥାନରେ ଧାନ ତଳି ଓ ବୁଣାଯାଇଥିବା ବିଅଳି ଧାନଗଛଗୁଡିକର ଅଗ ପତ୍ର ସବୁ ଶୁଖିଯାଇଥିଲା ।ଏଥି ନେଇ ଚାଷୀ ମହଲରେ …
Read More »କୃଷି ଓ କୃଷକର ବିକାଶ ପାଇଁ ନୀତି ଆୟୋଗରେ ୬ଟି ପ୍ରସ୍ତାବ ରଖିଲେ କୃଷିମନ୍ତ୍ରୀ
ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ମୁମ୍ବାଇ ଠାରେ ଅନୁଷ୍ଠିତ ନୀତିଆୟୋଗ ବୈଠକରେ ଯୋଗ ଦେବାକୁଯାଇଥିବା ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ଓ ଓଡିଶାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ପାଇଁ ୬ ଟି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସେଠାରୁ ଫେରିବା ପରେ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଉଦ୍ୟାନ କୃଷି , ପଶୁପାଳନ କ୍ଷେତ୍ରରେ ଉନ୍ନତି ଆଣିବା , ଭାଗ ଚାଷୀ …
Read More »ବନ୍ୟାପାଣି ମାଡ଼ିଯିବାରୁ ପନିପରିବା ଚାଷ ବ୍ୟାପକ କ୍ଷତି
ସାଲେପୁର, ୧୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ଗତ ଦୁଇ ସପ୍ତାହ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବା ବେଳେ ମହାନଦୀରେ ପ୍ରଥମ ବନ୍ୟାଜଳ ଆସି ନଦୀ ପଠାକୁ ବୁଡ଼ାଇ ଦେଇଥିବାରୁ ପଠାରେ ଚାଷ କରାଯାଇଥିବା ପରିବା ଫସଲର ବ୍ୟାପକ କ୍ଷତି ହୋଇଛି । ବ୍ୟାଙ୍କରୁ ଲୋନ୍ ଆଣି ଗ୍ରୁପ୍ ଋଣ ଓ ହାତ ଉଧାରୀ ଋଣ କରି ପରିବା ଚାଷ କରିଥିବା ଚାଷୀମାନେ ଏଭଳି କ୍ଷତି ଯୋଗୁ ହତାଶ ହୋଇପଡ଼ିଛନ୍ତି …
Read More »କାଡ଼ା କେନାଲ ଗୁଡିକ ସଫା ହୋଇନଥିବାରୁ କେନାଲର ଶେଷମୁଣ୍ଡପରେ ପାଣି ପହଂଚିପାରୁନାହିଁ
ସାଲେପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ଓ ରାଜ୍ୟ ସରକାର କୃଷିର ବିକାଶ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୃଷି ଓ କୃଷକର ବିକାଶ ଦିଗରେ ଗୁରୁତ୍ୱ ଦେଉଥିବାବେଳେ ସାଲେପୁର ଅଂଚଳରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ସାଲେପୁର ବ୍ଲକ୍ର କେନ୍ଦ୍ରାପଡ଼ା କେନାଲରୁ ବିଭିନ୍ନ ସ୍ଥାନରେ ବାହାରିଥିବା ୫ନଂ ଓ ୬ନଂ କେନାଲରୁ ବାହାରିଥିବା କାଡ଼ା ନାଳ ଗୁଡିକ ସଫା ନହେବା କାରଣରୁ ସଂପୂର୍ଣ୍ଣ ପୋତି …
Read More »“କାଳିଆ’ ଯୋଜନା ଯାଗନ ଅବଧି ୨୭କୁ ବୃଦ୍ଧି
ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଂଚ ଅବଧି ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ “କାଳିଆ’ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଏହି ଯାଂଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ …
Read More »