Wednesday , November 30 2022
Breaking News
Home / କୃଷି (page 32)

କୃଷି

ଧାନ ନେବା ଦାବି କରି ସମିତି ସମ୍ମୁଖରେ ଅନସନରେ ବସିଲେ ଚାଷୀ  

ରଘୁନାଥପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ସମବାୟ ସମିତିର ଚାଷୀମାନେ ସେମାନଙ୍କ  ଧାନକୁ ଦେବା ପାଇଁ ରେଢୁଆ ଧାନମଣ୍ଡିକୁ ଆଣିଥିଲେ । ମାତ୍ର ମଣ୍ଡି ଦାୟୀତ୍ୱରେ ଥିବା କର୍ମଚାରୀ ଧାନ କିଣିବା ପାଇଁ ସର୍ପ୍ଲସ୍ ଅର୍ଡର ଆସିଲେ ଧାନ କିଣିବୁ ବୋଲି କହିଥିଲେ । ଚାଷୀମାନେ ଏହାର ପ୍ରତିବାଦ କରି ରେଡୁଆ ସମବାୟ ସମ୍ମୁଖରେ ଅନସନରେ ବସିଛନ୍ତି । ଅନସନରେ ବିସିଥିବା ଚାଷୀମାନେ ହେଲେ ବିପିନୀ ବିହାରୀ ସ୍ୱାଇଁ, ସାରଦା ଚରଣ ବେହେରା, ଆକୁଳାନନ୍ଦ ବିଶ୍ୱାଳ, ବିଶ୍ୱମ୍ବର ସ୍ୱାଇଁ, ଜ୍ଞାନରଞ୍ଜନ ମିଶ୍ର, ଉପରେନ୍ଦ୍ର ନାଥ …

Read More »

ଗୋମିତ୍ରଙ୍କୁ ପରିଚାରକ ପଦରେ ତୁରନ୍ତ ନିଯୁକ୍ତି ପ୍ରଦାନ କରାନଗଲେ ଧାରଣା ଦେବାକୁ ଚେତାବନୀ

କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ଗୋମିତ୍ରମାନଙ୍କୁ ତୁରନ୍ତ ପରିଚାରକ ପଦରେ ନିଯୁକ୍ତି ପ୍ରଦାନ କରାନଗଲେ ସେମାନେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ ପୂର୍ବକ ଚେତାବନୀ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ପଂଚାୟତରେ ବହୁବର୍ଷ ଧରି ନିୟମିତ ଭାବେ ଗୋମିତ୍ର ପଦରେ କାର୍ଯ୍ୟ କରିଆସୁଥିବା ବେଳେ ସେମାନେ କରୋନା ପୂର୍ବରୁ ପରିଚାରକ ପଦବୀ ନିମନ୍ତେ ପରୀକ୍ଷା ଦେଇଥିବା କହିଛନ୍ତି । କିନ୍ତୁ ସେମାନଙ୍କ ବୟସ ଅତିକ୍ରମ କରିଯାଉଥିବା ବେଳେ ସେମାନଙ୍କୁ ଏଯାବତ ପରିଚାରକ ପଦରେ ନିଯୁକ୍ତି ପ୍ରଦାନ …

Read More »

ଷ୍ଟିଲ୍ ସିଟି ତରଫରୁ ଛତୁଚାଷ କର୍ମଶାଳା

ରାଉରକେଲା,୦୪/୦୩/୨୦୨୧(ଓଡ଼ିଶା ସମାଚାର)- ନାରୀ ସଶକ୍ତିକରଣ ତଥା ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ରୋଟାରୀ କ୍ଲବ୍ ଷ୍ଟିଲ୍ ସିଟି ଛେଣ୍ଡ କଲୋନୀର କଳିଙ୍ଗ ବିହାର ସାଂସ୍କୃତିକ ପରିଷଦରେ ଏକ କର୍ମଶାଳାର ଆୟୋଜନ କରିଥିଲେ । ଏହି କର୍ମଶାଳାକୁ ଡିଜି ରୋଟାରିୟାନ ଏଫ୍.ସି. ମହାନ୍ତି ଉଦଘାଟନ କରି କ୍ଲବ୍ ର ଯୋଗ ଦେଇଥିବା ସମସ୍ତ ମହିଳାଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ ଦେଇଥିଲେ । କର୍ମଶାଳାରେ ବିଭିନ୍ନ ଏସଏଚଜି ଗ୍ରୁଙ୍ଗୟ ରୁ ୨୫ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ସେମାନଙ୍କ ରୋଟାରିୟାନ ଗୌରୀ ନାଗ ଛତୁଚାଷ …

Read More »

ସେବାସମବାୟ ସମିତିରେ ତାଲା ପକାଇ ଧାରଣା ଦେଲେ ଚାଷୀ

ନିରାକାରପୁର ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଆଜି ଶହଶହ ସଂଖ୍ୟାରେ ଚାଷୀଙ୍କ ମଣ୍ଡିରୁ ଧାନ ଉଠୁ ନଥିବାରୁ ଗୋଳବାଇ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ୪ଶହ ଜଣ ଚାଷୀ ଟୋକନ୍ ପାଇଛନ୍ତି । ୧୧,୨୦୦କୁଇଂଟାଲ ଧାନ ପାଇଁ ସରକାରଙ୍କ ପକ୍ଷରୁ ସମବାୟ ସମିତିକୁ ଟାର୍ଗେଟ୍ ଦିଆଯାଇଛି । ଅଦ୍ୟାବଧି ୨୭୩ଜଣ ଚାଷୀଙ୍କ ଠାରୁ ମାତ୍ର ୭୫୭୩ କୁଇଂଟାଲ ଧାନ ସଂଗ୍ରହ ହୋଇଛି ।  ଚାଷୀ ମାନେ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିବା ଖବର ପାଇ ଘଟଣାସ୍ଥଳରେ  ଗୋଳବାଇ ସରପଂଚ ବିପିନ୍ ସେଠୀ, …

Read More »

ଚାଷୀଙ୍କୁ ମିଳୁନି ପାଣି – ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ??

ବାଲିଗୁଡା,୨୮/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି । ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି । ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡ ର ଅନେକ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ଆଉ କେଉଁଠି ଆଦୌ ବ୍ୟବହାର ନ କରିବି ଚାଷୀଙ୍କୁ ହଜାର ହଜାର ଟଙ୍କାର ବିଜୁଳି ବିଲ ଆସୁଛି …

Read More »

ଜନଜାତି ଯୁବକ ଓ ଗ୍ରାମୀଣ ମହିଳାଙ୍କୁ ସାମର୍ଥ୍ୟ ଗଠନ ପ୍ରଶିକ୍ଷଣ

ଭୁବନେଶ୍ୱର,୨୭/୦୨/୨୦୨୧(ଓଡ଼ିଶା ସମାଚାର)-କୌଶଲ୍ୟାଗଙ୍ଗସ୍ଥିତ କୃଷିବିଜ୍ଞାନ କେନ୍ଦ୍ର (କେ.ଭି.କେ.)ରେ ‘କୃଷି ଯନ୍ତ୍ରପାତି ବ୍ୟବହାର’ ଓ ‘ମହୁଚାଷ ମାଧ୍ୟମରେ ଗ୍ରାମୀଣ ଆୟ ସୃଷ୍ଟି’ ଶୀର୍ଷକ ୨ଟି ପାଂଚ ଦିନିଆ କୌଶଳ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁଷ୍ଠାନର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରର ଭୁରି ପ୍ରଶଂସା କରିବା ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ ସିଫାତରଫରୁ ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି ଅବସରରେ ଡଃ ସ୍ୱାଇଁ …

Read More »

କଟକ ସଦର ବିଭିନ୍ନ ଧାନମଣ୍ଡି(ସୋସାଇଟି)ରେ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଙ୍କୁ ଅଭିଯୋଗ

କଟକ, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ,ଓଡ଼ିଶା ଶାଖା ପକ୍ଷରୁ ଧାନର ଅଭାବି ବିକ୍ରି ଏବଂ କଟକ ସଦର ବ୍ଲକ କନ୍ଦରପୁର ସୋସାଇଟିରେ ଧାନ ସଂଗ୍ରହ ନେଇ ଅନିୟମିତତା ଆଦି ବିଭିନ୍ନ ସମସ୍ୟାର ପ୍ରତିବାଦରେ ମହାସଂଘର ରାଜ୍ୟ ସଭାପତି ଯୁବସଂଗଠକ ସଚିନ ମହାପାତ୍ର,କଟକ ଜିଲ୍ଲା ସଭାପତି ଭୀମସେନ ସାବତ, ରାଜ୍ୟ ସଂଯୋଜକ କୃଷକନେତା ଦୁର୍ଗା ପ୍ରସାଦ ପରିଡ଼ା,ଜିଲ୍ଲା ମହିଳାମୋର୍ଚ୍ଚା ସଭାପତି ସୁଚିସ୍ମିତା ସାବତ, ଜିଲ୍ଲା ଯୁବଛାତ୍ର ସଭାପତି ଅଭିଜିତ ଦାସ ପ୍ରମୁଖ ମାନ୍ୟବର କଟକ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ …

Read More »

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର, ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ଚଳିତ ରାଜ୍ୟ ବଜେଟ୍ ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଭିତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ, ଜଳସେଚନ ଆଦି ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଏହାକୁ ଏକ ଲୋକାଭିମୁଖୀ ବଜେଟ୍ ବୋଲି ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମତ ପୋଷଣ କରିବା ସହିତ ରାଜ୍ୟରେ ଉଠା ଜଳ ସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ପାଇଁ ବଜେଟ୍ରେ ଆଶାନୁରୂପ ବ୍ୟବସ୍ଥା କରାଯାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । …

Read More »

       ଜଗତସିଂହପୁରରେ ମୃତିକା ପରୀକ୍ଷାଗାରର ଶୁଭାରମ୍ଭ

ଜଗତସିଂହପୁର, ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ  କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି । ଜିଲ୍ଲାପାଳ ପତାକା ହଲାଇ ଏହି ଭ୍ରାମ୍ୟମାଣ ପରୀକ୍ଷାଗାର ଗାଡିର ଶୁଭ ଉଦଘାଟନ କରି କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ଭିତିକ ଜିଲ୍ଲା  । ଜିଲ୍ଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ଓଡିଶା ସରକାର ଓ ପାରାଦ୍ୱୀପ ଫସପେଟସ୍ ଲିମିଟେଡ୍ ର ମିଳିତ ସହାୟତାରେ ଆରମ୍ଭ ହୋଇଥିବା …

Read More »

ଗୋଟିଏ ଗଛରେ ଫଳିଛି ୫ ବନ୍ଧା କୋବି 

ଗରଦପୁର, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କିଣିଲୋ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ଗ୍ରାମର ଅଲେଖ ସ୍ୱାଇଁ ଙ୍କ ଜମିରେ ଚାଷ କରାଯାଇଥିବା ବନ୍ଧାକୋବି ଫସଲରେ ଗୋଟିଏ ଗୋଟିଏ ଗଛରେ ଫଳିଛି ୫ ଟି ଲେଖା ବନ୍ଧାକୋବି । ଏହିପରି ୧୦ ଟିରୁ ଅଧିକ ଗଛରେ ଫଳିଥିବା ଦେଖିବାକୁ ମିଳିଛି । ଏପରି ନିଆରା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ଅଂଚଳର ଚାଷୀ ଓ ଲୋକମାନେ ଅଲେଖ ଙ୍କ କୋବି କିଆରୀରେ …

Read More »