Wednesday , November 30 2022
Breaking News
Home / କୃଷି (page 30)

କୃଷି

ଆସନ୍ତାକାଲି ଠାରୁ ପ୍ରାଣୀ ଚିକିତ୍ସକଙ୍କ ଡିଜିଟାଲ ବଏକଟ

ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଓଡିଶା ପ୍ରାଣୀ ଚିକିତ୍ସା ସେବାର ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ପ୍ରଦାନ,ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଜରୁରୀସେବାର ଅନ୍ତର୍ଭୁକ୍ତ କରିବା,ପ୍ରାଣୀ ଚିକିତ୍ସକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ,ପ୍ରାଣୀ ଚିକିତ୍ସକ ମାନଙ୍କୁ ପର୍ଯ୍ୟାପ୍ତ ଭିତିଭୂମି,ବୈଷୟିକ ସହାୟତା ଓ ମାନବ ସମ୍ବଳର ସହାୟତା କରିବା ଚାରି ଦଫା ଦାବିରେ ଆସନ୍ତା କାଲିଠାରୁ ସମଗ୍ର ରାଜ୍ୟରେ ପ୍ରାଣୀ ଚିକିତ୍ସକ ମାନେ ଚିକିତ୍ସାସେବାକୁ ବ୍ୟାହତ ନକରି ବିଭାଗ ନିର୍ଦ୍ଧାରିତ ସମସ୍ତ ବୈଷୟିକ –କମ୍ପୁଟରୀକରଣ କାର୍ଯ୍ୟକୁ ସମୁହଭାବେ ବନ୍ଦ (ଡିଜିଟାଲ ବଏକଟ) କରିବେ …

Read More »

ମା ବ୍ରାହ୍ମଣୀଦେବୀ ପାଣି ପଂଚାୟତ ଗଠିତ – ସଭାପତି ରମେଶ ସାହୁ,ସମ୍ପାଦିକା ଝୁନା ନାୟକ

ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ରେଙ୍ଗାଳି ବାମ କେନାଲ ଜଳସେଚନ ପ୍ରକଳ୍ପର କୁନିନ୍ଦ ଶାଖା କେନାଲ ଅନ୍ତର୍ଗତ ଅନଳ,ଦର୍ଜନୀ,ସେନେନ୍ଦା ଗ୍ରାମର ସମୁଦାୟ ୨୧ ଟି ସୋଠ କେନାଲକୁ ନେଇ ମା ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ ଗଠିତ ହୋଇଯାଇଛି । ଧଳପଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ନିର୍ବାଚନରେ ରମେଶ ଚନ୍ଦ୍ର ସାହୁ ସଭାପତି,ଝୁନା ନାୟକ ସମ୍ପାଦିକା,ହୃଷିକେଶ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଦୀପକ କୁମାର ଦେହୁରୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ୱାଲମୀ ତରଫରୁ ନିର୍ବାଚନ ପରିଚାଳନା କରାଯାଇଥିଲା …

Read More »

ଉଜୁଡ଼ି ଗଲା ଚାଷୀର ଲାଭଜନକ ମୁଗ ଫସଲ , କୃଷି ବିଭାଗ ନିଦା ବିଷ୍ଣୁ , ସହାୟତା ପାଇଁ ଜିଲା କୃଷକ ସଂଗଠନର ଦାବି 

ତାରପୁର,୧୮/୦୪/୨୦୨୧(ଓଡ଼ିଶା ସମାଚାର)-ବିଭିନ୍ନ ଦୈବି ଦୁର୍ବିପାକ ଓ ଅଭାବି ବିକ୍ରି ପ୍ରତ୍ୟେକ ବର୍ଷ ଚାଷୀକୂଳର ଆର୍ଥିକ ମେରୁଦଣ୍ଡ ଦୋହଲାଇଦେଉଥିବାବେଳେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷୀର ଲାଭ ଜନକ ମୁଗ ଫସଲ ବିଲରେ ଉଜୁଡ଼ି ଯାଇଛି । ଫଳରେ ଚାଷୀକୂ, ସର୍ବସ୍ୱ ହରାଇ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ରଘୁନାଥପୁର କୃଷି ଅଧିକାରିଣୀମାନେ ଚାଷୀଙ୍କ ଦୁଃଖ ବୁଝିବା ପରିବର୍ତେ ନିଦାବିଷ୍ଣୁ ପରି ଅଫିସରେ ବସି ବସି ଘରକୁ ଫେରୁଛନ୍ତି ।  ସୂଚନାଯୋଗ୍ୟ କି ରଘୁନାଥପୁର କୃଷି ବିଭାଗ ଅଧିନରେ ଥିବା ୧୯ ଗୋଟି ପଂଚାୟତରେ ହଜାର …

Read More »

ଗରଦପୁର ବ୍ଲକ୍  ରେ ବୁଲିଲା କୃଷି ରଥ 

ଗରଦପୁର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର କୃଷି ଓ କୃଷକଙ୍କ ସଶକ୍ତିକରଣ ନିମନ୍ତେ ଓଡିଶା ସରକାରଙ୍କ କୃଷି ବିଭାଗ ତରଫରୁ ବ୍ଲକ୍  ରେ କୃଷି ସଚେତନତା ରଥ ବୁଲୁଅଛି । ଏହି ରଥ ଗତ ୬ ତାରିଖରୁ ବୁଲିବା ଆରମ୍ଭ କରିଥିବାବେଳେ ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବ୍ଲକ୍ ର ସମସ୍ତ ୧୮ଟି ପଂଚାୟତରେ ବୁଲି କୃଷକମାନଙ୍କୁ ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କରିବ । ଏହି ରଥ ସହିତ ଦୁଇ ଜଣ ଅଭିନେତା ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଲୋକମାନଙ୍କୁ କୃଷି …

Read More »

କାଜୁ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

ଭୁବନ ୦୫/୦୪/୨୦୨୧(ଓଡ଼ିଶା ସମାଚାର)-ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ,ଭୁବନେଶ୍ୱର ଆନୁକୂଲ୍ୟରେ ଗଁନ୍ଦିଆ ବ୍ଲକ ଚୁଡାଖିଆକାଟେଣୀ ଗ୍ରାମରେ ଅନୁସୂଚିତ ଜନଜାତି ଉପଯୋଜନା ମାଧ୍ୟମରେ କାଜୁ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟାନ ଭିତିକ ପଦ୍ଧତି ସମ୍ନନ୍ଧରେ ଆଜି ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସଂପ୍ରସାରଣ କେନ୍ଦ୍ର ଢେଙ୍କାନାଳ ର ସହଯୋଗୀ ଗବେଷଣା ନିର୍ଦ୍ଧେଶକ ଡଃ ଦେବାଶିଷ ସ୍ୱାଇଁ ପୌରହିତ୍ୟ କରି କାଜୁ ଫସଲ …

Read More »

ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ     

ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଶିରିଡି ସାଇ ମନ୍ଦିର ପରିସରରେ ଆଜି କୋଭିଡ୍ ନିୟମ ଅନୁଯାୟୀ ନିରାଡମ୍ବର ଭାବରେ ଉତ୍କଳ ଦିବସ ପାଳିତ ହୋଇଥିଲା । ଏଥିରେ ସଂଗଠନ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ଇଂ. ବାବାଜୀ ଚରଣ ଜେନା ଯୋଗଦେଇ ଉତ୍କଳ ଦିବସରେ ପ୍ରତ୍ୟେକ ଓଡିଆ ନିଜର ସ୍ୱାଭିମାନ ଏବଂ ଓଡିଆ ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ୱାନ …

Read More »

କୃଷକ କଲ୍ୟାଣ ପରିଷଦପକ୍ଷରୁ ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦିଆଯିବ

ଭୁବନେଶ୍ୱର, ୨୯/୦୩/୨୦୨୧(ଓଡ଼ିଶା ସମାଚାର)- କୃଷକ ଏବଂ କୃଷିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଥିବା କୃଷକ କଲ୍ୟାଣ ପରିଷଦଆଗାମୀ ପିପିଲି ବିଧାନସଭା ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଣେ କୃଷକ ପରିବାରର ଲୋକଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇବ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ପଂଚାୟତର ୱାର୍ଡ଼ମେ ́ର ଏବଂ ସରପଂଚ ମାନଙ୍କ ଜରିଆରେ ସଂଗୃହୀତ ହୋଇଥିବା ୬୦ ବର୍ଷରୁ ଊଦ୍ଧ୍ୱର୍ ପୁରୁଷ କିମ୍ବା ମହିଳାମାନଙ୍କୁ ମାସିକ ପାଂଚହଜାର ଟଙ୍କା ଲେଖାଏ ପେନସନ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯିବାର ବ୍ୟବସ୍ଥା …

Read More »

ଆଖୁଚାଷୀଙ୍କୁ ପଇସା ଦେଉନାହିଁ ଶକ୍ତିସୁଗାର – ଲାଭ ଖାଇବ କମ୍ପାନୀ, ତଣ୍ଡ ଗଣିବେ ଚାଷୀ

ଭୁବନେଶ୍ୱର, ୨୯/୦୩/୨୦୨୧(ଓଡ଼ିଶା ସମାଚାର)- ବର୍ଷ ବର୍ଷ ଧରି ଉପକୂଳ ଓଡ଼ିଶାରେ ଆଖୁଚାଷୀ ବିଶ୍ୱାସଭାଜନ ହୋଇଥିବା ଶକ୍ତି ସୁଗାର କମ୍ପାନୀ ଏବେ ଆଖୁଚାଷୀଙ୍କ ସହ ଖେଳ ଖେଳିବା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବଡ଼ମ୍ବା ସୁଗାର ବିଜୟାନନ୍ଦ ସମବାୟ ଚିନିକଳ ଓ ଅନ୍ୟାନ୍ୟ ଛୋଟ ଚିନିକଳ ବନ୍ଦ ହୋଇଯିବା ପରେ ଶକ୍ତି ସୁଗାର ଏକମାତ୍ର ଆଗୁଆ କମ୍ପାନୀ ହିସାବରେ ବ୍ୟବସାୟ କରୁଛି । ବାଲାଜୀ ସୁଗାର ଯେତେବେଳେ ଆଖୁକଳ ବଡ଼ମ୍ବାରେ ଚାଲୁ କଲା, ସେତେବେଳେ ଶକ୍ତି ସୁଗାର ଠାରୁ ୨୦୦ ଟଙ୍କା ଟନ ପିଛା …

Read More »

 ଗରଦପୁର : ଶୀତଳ ଭଣ୍ଡାର ନାହିଁ , ୧୦ ଟଙ୍କାରେ ୪ କିଲୋ ବିଲାତି

ଗରଦପୁର, ୧୭/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ୍ ଏକ କୃଷି ପ୍ରଧାନ ଅଂଚଳ । ଏହି ବ୍ଲକ୍ର ଚାଷୀମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଧାନ, ଡାଲିଜାତୀୟ ଚାଷ ବ୍ୟତୀତ ଫଳ ପନିପରିବା ଚାଷ ଉପରେ ଅନେକ ଚାଷୀ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଶ୍ୟାମସୁନ୍ଦରପୁର ଠାରେ ଥିବା ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର ଚାଲୁନଥିବାରୁ ଜିଲ୍ଲାବାସୀ ନିଜର ପନିପରିବା ରକ୍ଷଣାବେକ୍ଷଣ କରିବାରେ ନାହିଁ ନଥିବା ହଇରାଣର ସମ୍ମୁଖିନ ହେଉଛନ୍ତି । …

Read More »

ଦୁଗ୍ଧଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ବ୍ରହ୍ମପୁର (ବି) ଦୁଗ୍ଧ ସମବାୟ ସମିତିର ଦୁଗ୍ଧଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ  ସେମାନେ ସରକାରଙ୍କ ଯୋଜନା ଅନୁଯାଇ ଗୋପାଳନ ନିମନ୍ତେ ସେହି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ବ୍ୟାଙ୍କକୁ ଋଣ ପ୍ରଦାନ ନିମନ୍ତେ  ଦରଖାସ୍ତ କରିଥିଲେ । କିନ୍ତୁ ସଂପୃକ୍ତ ସମିତିର ଦୁଗ୍ଧଚାଷୀମାନେ ଦୀର୍ଘ ୩ମାସ ଧରି ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେବି ସଂପୃକ୍ତ ବ୍ୟାଙ୍କ ସେହି ଚାଷୀମାନଙ୍କୁ ଗୋପାଳନ ନିମନ୍ତେ ଋଣ ମଞ୍ଜୁର କରୁନଥିବା ଅଭିଯୋଗ ହୋଇଛି  । ତେଣୁ ଏସମ୍ପର୍କରେ ଆବଶ୍ୟକ …

Read More »