Wednesday , January 19 2022
Breaking News
Home / କୃଷି (page 3)

କୃଷି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ଶିବିର 

ରଘୁନାଥପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ କୃଷି ଅଧିକାରିଣୀ ରାଜଲକ୍ଷ୍ମୀ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା କୃଷି ଅଧିକାରୀ ଯୋଗଦେଇ ଆସନ୍ତା ରବି ଋତୁ ପାଇଁ କୃଷକମାନେ ନିଜ ଫସଲକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ …

Read More »

କୃଷକ ବିଜୟ ଉତ୍ସବ ଶୋକ ସଭାରେ ପରିବର୍ତନ

କେନ୍ଦ୍ରାପଡ଼ା, ୧୦/୧୨/୨୦୨୧ (ଓଡ଼ିଶା ସମାଚାର)- କୃଷି ସୁଧାର ୩ଟି କଳା କୃଷି କାନୁନ ବାତିଲ, ପ୍ରସ୍ତାବିତ ସଂଶୋଧିତ ବିଜୁଳି ବିଲ -୨୦୨୦ ପ୍ରତ୍ୟାହାର ଓ କୃଷି ଜାତ ଦ୍ରବ୍ୟର ଏମ.ଏସ.ପି. ଗ୍ୟାରେଂଟି କାନୁନ ଗଠନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦୀର୍ଘ ୧୩ମାସର ଆନ୍ଦୋଳନକୁ ସ୍ଥଗିତ ରଖାଯାଇ ସୀମାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କେନ୍ଦ୍ର ସରକାର ସମସ୍ତ ଦାବି ମାନି ନେଇଥିବାରୁ  କୃଷକମାନଙ୍କର ଐତିହାସିକ ବିଜୟ ଘଟିଛି । …

Read More »

କୃଷକ ବିକାଶ ପରିଷଦ ପକ୍ଷରୁ ବାତ୍ୟା ଜୱାଦରେ ଧାନ ଓ ପରିବାଚାଷର କ୍ଷୟକ୍ଷତି ଆକଳନ ପାଇଁ ଦାବି

କେନ୍ଦ୍ରାପଡ଼ା,୧୦/୧୨/୨୦୨୧(ଓଡ଼ିଶା ସମାଚାର)-କୃଷକ ବିକାଶ ପରିଷଦ, କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଗତ ଲଘୁଚାପ ଜନିତ ବାତ୍ୟା ଜୱାଦରେ  ଧାନ ଓ ପରିବା ଚାଷର ତୁରନ୍ତ କ୍ଷତିକ୍ଷତିର ଆକଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଦାବି କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବାତ୍ୟା ଜୱାଦରେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଶାରଦ ଧାନ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । …

Read More »

ଫସଲ କ୍ଷୟକ୍ଷତି ଆକଳନ ଓ କ୍ଷତିପୁରଣ ପ୍ରଦାନ ଦାବି ରେ ଗରଦପୁର ତହସିଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ 

ଗରଦପୁର ,୦୮/୧୨/୨୦୨୧(ଓଡ଼ିଶା ସମାଚାର)-ଗତ ୪ ତାରିଖ ଜୱାଦ ବାତ୍ୟା ପ୍ରଭାବ ଜନିତ ଲଗାଣ ବର୍ଷାରେ ଗରଦପୁର ତହସିଲ ଅଂଚଳର ୮ ହଜାର ହେକ୍ଟର ଚାଷ ଜମିରେ ଥିବା ଅମଳକ୍ଷମ ପାଚିଲା ଧାନ ଫସଲ ଉଜୁଡ଼ି ଯାଇଛି । ସେହିପରି ୩ହଜାର ହେକ୍ଟର ଜମିର ବିରି ଫସଲ ଓ ପନି ପରିବା ଚାଷ ମଧ୍ୟ  ପ୍ରଭୁତ କ୍ଷତିର ସମ୍ମୁଖୀନ ହୋଇଛି ।  ଏହି ବ୍ୟାପକ କ୍ଷୟ କ୍ଷତିର ସଠିକ ଆକଳନ କରିବା …

Read More »

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ତାର ପ୍ରଭାବ ପକାଇଛି । ସମଗ୍ର ଏସିଆ ମହାଦେଶରେ କଳାହାଣ୍ଡି ଜିଲ୍ଲାରକପା ନିଜର ଗୁଣାତ୍ମକ ମାନ ପାଇଁ ପ୍ରସିଦ୍ଧ ଥିବା ବେଳେ ଏହାର ଚାହିଦା ଆନ୍ତର୍ଜାତିକ ବଜାରରେ ବେଶ ଅଧିକ ରହିଛି । କଳାହାଣ୍ଡି ର କପା ବିଦେଶକୁ ରପ୍ତାନି ହେଉଛି । ସମୃଦ୍ଧ କପା ର ଅମଳ …

Read More »

ସିଫାରେ ମହିଳା କୃଷିଜୀବି ଦିବସ ପାଳିତ

ଭୁବନେଶ୍ୱର,୦୭/୧୨/୨୦୨୧(ଓଡ଼ିଶା ସମାଚାର)-କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା ଓ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ମହିଳା କୃଷି ଜୀବି ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସସ୍ମିତା ସାମନ୍ତ ଦେଶର କୃଷି ଉତ୍ପାଦନ କ୍ଷେତ୍ରରେ ମହିଳା କୃଷିଜୀବି ମାନଙ୍କର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ବର୍ତମାନ ମହିଳାମାନେ ପାରମ୍ପରିକ ପଦ୍ଧତିରେ କୃଷି …

Read More »

ଜୱାଦ ପ୍ରଭାବରେ ଡେରାବିଶ ବ୍ଲକର ଚାଷୀକୂଳ ହତାସ

କେନ୍ଦ୍ରାପଡ଼ା,୦୭/୧୨/୨୦୨୧(ଓଡ଼ିଶା ସମାଚାର)-ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଓ ମନୋବଳକୁ ବାତ୍ୟା ଜୱାଦ ଭାଙ୍ଗି ଚୁରମାର କରିଦେଇଛି । ବିଗତ ଦୁଇଦିନ ଧରି ଲାଗି ରହିଥିବା ବାତ୍ୟା ଜନିତ ଲଗାଣ ବର୍ଷାରେ ପାଚିଲା ଧାନ ଫସଲ କିଆରିରେ ଆଣ୍ଠୁଏ ପାଣି ଛିଡା ହୋଇଛି । ଧାନକେଣ୍ଡା ଗୁଡିକ ବର୍ଷା ପାଣିରେ ବୁଡି ଯାଇ ଥିବାରୁ ଧାନ ଗଜା ହେବାକୁ ବସିଲାଣି । ଗତ ବର୍ଷ ରବି ଋତୁରେ ପ୍ରତିକୂଳ ପାଗ ଯୋଗୁଁ ମୁଗ …

Read More »

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବିପତ୍ର

କେନ୍ଦ୍ରାପଡ଼ା, ୦୭/୧୨/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚଳିତ ଡିସେମ୍ବରମାସରେ ଅସ୍ୱାଭାବିକ ଭାବରେ ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳ ବର୍ଷା  ହେବା ଫଳରେ ଏହି ଜିଲ୍ଲାରେ …

Read More »

କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପାମୂଳକ ସହାୟତା ପାଇଁ ୭ ଦିନ ମଧ୍ୟରେ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସାମୁଦ୍ରିକ ଝଡ ଜୱ।ଦର ପ୍ରଭାଵ ଓ ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲାର ୧୪ ଗୋଟି ବ୍ଲକରେ କୃଷି ପ୍ରଭାବିତ ହେବା ସହିତ ପାଚିଲା ଧାନ କିଆରୀ ଉଜୁଡି ଯାଇଛି। ଜିଲ୍ଲାର କଟକ ସଦର,ଵାରଙ୍ଗ, ନିଆଳି, କଣ୍ଟାପଡ଼ା, ସାଲେପୁର, ନିଶ୍ଚିନ୍ତକୋଇଲି,ମାହାଙ୍ଗା, ଟାଙ୍ଗିଚୈ।ଦ୍ୱ।ର,ଆଠଗଡ, ବଡ଼ମ୍ବା, ତିଗିରିଆ, ନରସିଂହପୁର, ବାଙ୍କୀ ଓ ଡମପଡା ବ୍ଲକ୍ ଅଞ୍ଚଳରେ ବ୍ୟାପକ ଚାଷ କ୍ଷୟକ୍ଷତି ହୋଇଛି। ଏଥିରେ …

Read More »