Wednesday , January 19 2022
Breaking News
Home / କୃଷି (page 2)

କୃଷି

ମନ ଇଛା ଧାନ ଅମଳ ମେସିନ୍ ର ଭଡା ଦାବି କରୁଛନ୍ତି

ପାଟକୁରା, ୬/୧/୨୦୨୨ (ଓଡ଼ିଶା ସମାଚାର)- ସାମୁଦ୍ରିକ ବାତ୍ୟା ‘ଜୱାଦ୍’ ପ୍ରଭାବରେ ଆଜି ସୁଦ୍ଧା ଖାଲ ବିଲମାନଙ୍କରୁ ପାଣି ଛାଡି ନ ଥିବାବେଳେ,ଅନେକ ଚାଷୀମାନେ କାଦୁଅ ଜମିରେ ପଶି ଧାନ କାଟୁଛନ୍ତି । ଅନେକ ବିଲରେ ପାଚିଥିବା ଧାନ ଗଜା ହୋଇ ଥିବାବେଳେ, କେତେକ ଜମିରୁ ଧାନ କାଟି ଅମଳ କରିବା ସମ୍ଭବ ହେଉ ନାହିଁ । ଯେଉଁ କେତେକ ଜମିରେ ଧାନ କାଟିବା ସମ୍ଭବ ହେଉଛି ,ତାହାକୁ କାଟି ଆଣିବା …

Read More »

ଗରଦପୁର ରେ ଧାନମଣ୍ଡି ଉଦଘାଟିତ 

ଗରଦପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)-ଗରଦପୁର କୃଷି ସମବାୟ ସମିତିରେ ଆଜି ସରକାରଙ୍କ ତରଫରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସମବାୟ ସମିତିର ପୂର୍ବତନ ସଭାପତି ରଂଜିତ କୁମାର ପଣ୍ଡା ସଭାପତିତ୍ୱ କରିଥିବାବେଳେ ଏଥିରେ ସମ୍ମାନୀୟ ଅତିଥି ଭାବେ ଗରଦପୁର ତହସିଲଦାର ସନ୍ତୋଷ ସାହୁ ,ଗରଦପୁର ଯୋଗାଣ ଅଧିକାରୀ ସ୍ୱରୂପ କୁମାର ଦାସ ଓ  ଆତ୍ମା ଅଧ୍ୟକ୍ଷ ଦିପକ କୁମାର ରାଉତ ଯୋଗଦେଇ ସରକାର ଧାର୍ଯ୍ୟ …

Read More »

କୋର ପଂଚାୟତରେ ଫସଲହାନୀର ପୁନଃତଦନ୍ତ ଦାବି 

କେନ୍ଦ୍ରାପଡ଼ା, ୧୮/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ପଂଚାୟତର ଶତାଧିକ ଚାଷୀ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଗତ ଲଘୁଚାପ ବର୍ଷା ଯୋଗୁଁ ତାଙ୍କ ପଂଚାୟତର ଶତକଡା ୮୦ ଭାଗ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି । ପାଚିଲା ଧାନ କ୍ଷେତ ପାଣିରେ ବୁଡିରହି ପଚିଷଢି ଯାଇଛି । ଯାହା ଅମଳ କରିବା ସମ୍ଭବ ନୁହେଁ । ସେହି ପଂଚାୟତର ଲୋକମାନେ କୃଷିଜୀବି …

Read More »

ଏକର ପିଛା ଧାନ ଫସଲ ପାଇଁ ୨୦ହଜାର ଓ ଅର୍ଥକାରୀ ଫସଲ ପାଇଁ ୨୫ହଜାର ଦିଅ : ଓଡିଶା କୃଷକ ସଭା

କେନ୍ଦ୍ରାପଡ଼ା,୧୬/୧୨/୨୦୨୧ (ଓଡ଼ିଶା ସମାଚାର)-ଜୱାଦ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଫସଲହାନୀ ଘଟିବା ଯୋଗୁଁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି । କୃଷକ ସର୍ବଶାନ୍ତ ହେବା ସହିତ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସାରା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଡିସେମ୍ବର ୧୬ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ତଦନ୍ତ କରିବା ପାଇଁ ରାଜସ୍ନ ନିରୀକ୍ଷକମାନଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କଥା ହେଉଛି ଏପର୍ଯ୍ୟନ୍ତ ଶତକଡା …

Read More »

ଉତରକୂଳ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ , କ୍ଷତି ପୂରଣ ଦାବି

ତାରପୁର,୧୬/୧୨/୨୦୨୧(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରଙ୍କ ତରଫରୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।  ସୂଚନାଯୋଗ୍ୟ କି ନିଶ୍ଚିନ୍ତକୋଇଲି କୃଷି ବିଭାଗ ଅଧିନରେ ଥିବା ଏହି ପଂଚାୟତରେ ଗତ ସେପ୍ଟେମ୍ବର ମାସ ଲଗାଣ ବର୍ଷାରେ ଧାନ ତଳି ନଷ୍ଟ ହୋଇଥିଲେ ବି ଚାଷୀମାନଙ୍କୁ କୌଣସି କ୍ଷତି ପୁରଣ ମିଳିନଥିବାବେଳେ ଗତ ଜୱାଦ ବାତ୍ୟା ଜନିତ ଲଗାଣ …

Read More »

ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଦଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)-ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ଧାନ ଫସଲ ଓ ପନିପରିବା ପ୍ରଭୃତି ରବି ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି କ୍ଷୟକ୍ଷତିର ଆକଳନ ପାଇଁ ୪ଜଣିଆ ଅନ୍ତଃ କେନ୍ଦ୍ରୀୟ ଦଳ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ପହଂଚିିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ …

Read More »

କେନ୍ଦ୍ରୀୟ ଟିମ୍ ଫସଲ ଙ୍କ କ୍ଷୟକ୍ଷତି ଆକଳନ 

ପାଟକୁରା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ଓ ଲଘୁଚାପ ଜନିତ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆଜି ସନ୍ଧ୍ୟାରେ ପାଟକୁରା ଅଂଚଳର କେତେକ ସ୍ଥାନ ଦେଖି ଫେରିଯାଇଛନ୍ତି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ନୂଆପଡ଼ା ଗରଦପୁର ରାସ୍ତାର ସୋଲପାଟ ଗ୍ରାମ ନିକଟସ୍ଥ ବିଦ୍ୟୁତ ସବ ଷ୍ଟେସନ ଛକ ପର୍ଯ୍ୟନ୍ତ ଆସିଥିଲେ । କେନ୍ଦ୍ରୀୟ ଟିମ ଏହି ଅଂଚଳ ଗସ୍ତ କରୁଥିବା ଖବା ପାଇ ପଦ୍ମପୁର ପଂଚାୟତର ପୂର୍ବତନ ସମିତି …

Read More »

କୁତରଙ୍ଗ ପଂଚାୟତ ଜୱାଦ ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ଓ କ୍ଷତିପୁରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୧୧/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ କୁତରଙ୍ଗ ପଂଚାୟତର ଖରିଫ୍ ଧାନ ଫସଲ ଓ ପନିପରିବା ଚାଷ ଗତ ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତାହାର ସଠିକ ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରାଯିବାକୁ କୁତରଙ୍ଗ ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସେହି ପଂଚାୟତର …

Read More »

କେନ୍ଦ୍ରାପଡାରେ ସଂଯୁକ୍ତ କୃଷକ ଆନ୍ଦୋଳନର ବିଜୟ ଉତ୍ସବ ପାଳିତ

କେନ୍ଦ୍ରାପଡା ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଏକ ଦୀର୍ଘମିଆଦି, ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ଐତିହାସିକ ମିଳିତ କୃଷକ ଆନ୍ଦୋଳନର ଅସାଧାରଣ ବିଜୟ ହୋଇଛି । ଏକବର୍ଷ ଧରି ଲକ୍ଷଲକ୍ଷ କୃଷକମାନଙ୍କ ଅସିମ ତ୍ୟାଗ, ସଂଘର୍ଷ ଏବଂ ନିପୀଡନ ସହିତ ୭୧୫ଜଣ କୃଷକ ଏହି ବିଜୟ ପାଇଁ ସହିଦ ହେବାକୁ ପଡିଛି । କୃଷକ ଆନ୍ଦୋଳନର ଏହି ଅସମ୍ଭବ ପ୍ରତିବଦ୍ଧତା, ସାହାସ ଏବଂ ସଙ୍କଳ୍ପ ସାମ୍ନାରେ ଦେଶର ଏକ ଛତ୍ରବାଦୀ ଏବଂ ଜନବିରୋଧି ସରକାର …

Read More »

ଜୱାଦ ବାତ୍ୟା ରେ କ୍ଷତିଗ୍ରସ୍ତ ଫସଲ କ୍ଷୟକ୍ଷତି ଆକଳନରେ ବିଳମ୍ବ

ଗରଦପୁର, ୧୧/୧୨/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଚାଷୀଙ୍କର ଦୁର୍ଦ୍ଧଶା ପିଛା ଛାଡୁନି ।  ସାମୁଦ୍ରିକ ବାତ୍ୟା  ‘ଜୱାଦ’ ପ୍ରଭାବରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଅଂଚଳର ଶତାଧିକ ଏକର ପାଚିଲା ଧାନ ଜମି ବର୍ଷା ପାଣିରେ ବୁଡି ରହିଛି ।  ବର୍ଷା ପାଣିରେ ପାଚିଲା ଧାନ ଶୋଇ ରହିଥିଲେ ମଧ୍ୟ ଜମିରୁ ପାଣି କମିବାର ନାଁ ଧରୁନି । କେତେକ ଜମିରେ ଅଧିକ ପାଣି ଜମି ରହିଥିବାରୁ …

Read More »