Saturday , June 25 2022
Home / କୃଷି

କୃଷି

ଜଳସେଚନ ଜମି ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ନେଇ ଚିନ୍ତାରେ ଚାଷୀକୂଳ

କେନ୍ଦ୍ରାପଡ଼ା,୨୩/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଜନତା ହୀନସ୍ତା ଭୋଗୁଛନ୍ତି । ଗ୍ରାମାଂଚଳରେ ଜମି ଜବରଦଖଲ ଦୂରର କଥା ଖୋଦ ଜିଲ୍ଲା ସଦର ମହକୁମା ଓ ତା’ର ଆଖପାଖ ଅଂଚଳରେ ମୁଲ୍ୟବାନ ଦେବୋତର ଜମି ସମେତ ସରକାରୀ ଗୋଚର, ଅନାବାଦୀ ଜମି ସମେତ ଜଳସେଚନ ବିଭାଗର କେନାଲ ବନ୍ଧ ଜମି ଓ ନୟନଜୋରୀ ଜମିକୁ ମାଡିବସି ଘର …

Read More »

ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର ବୈଠକ କର୍ମ କର୍ତା ଚୟନ

ଜୁନାଗଡ଼,୨୨/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ହାଭେଷ୍ଟର ମାଲିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଏହା ପ୍ରଥମ ବୈଠକ । ଆଗକୁ କିପରି ସଂଘକୁ ମଜବୁତ କରିହେବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହା ସହ ସଂଘକୁ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା । …

Read More »

ଅବାଧ ଓ ମୁକ୍ତ  ସମିତି ନିର୍ବାଚନ ପାଇଁ ପଂଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି

କେନ୍ଦ୍ରାପଡ଼ା, ୨୧/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ଅବାଧ ଓ ମୁକ୍ତ କରାଯିବା ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଏକ ପାଖିଆ ଭାବେ ବଳିରାଜରେ କରାନଯାଇ ବଗଡା ପଂଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ କରାଯିବାକୁ ସ୍ଥାନୀୟ ସରପଂଚ ସୁବନୀ ସାହୁ ଓ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ପ୍ରାର୍ଥୀମାନେ ଦାବି କରିଛନ୍ତି । ଏନେଇ ଏକ ଅଭିଯୋଗ ପତ୍ର କେନ୍ଦ୍ରାପଡା …

Read More »

ବୀମାଭୁକ୍ତ ହେଲା ୧୭ଟି ଫସଲ

ଭୁବନେଶ୍ୱର, ୨୧/୦୬/୨୦୨୨( ଓଡ଼ିଶା ସମାଚାର )- ଚଳିତ ବର୍ଷ ଖରିଫ ଋତୁରେ ୮ଟି ଫସଲ ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ। ଚଳିତ ଖରିଫ ଋତୁରେ ଧାନ, ଚିନାବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ସ୍ଥିର କରାଯାଇଛି। ଅନୁରୂପ ଭାବେ ରବି ଋତୁରେ ଧାନ, ଚିନାବାଦାମ, ବିରି,ମୁଗ, ସୋରିଷ, ସୂର୍ଯ୍ୟମୁଖି, ଆଖୁ, ଆଳୁ ଏବଂ …

Read More »

ପ୍ରମୋଦ ସାହୁ କୃଷକ ବିକାଶ ସମବାୟ ସମିତି  ର ସଭାପତି  ନିଦ୍ୱର୍ନ୍ଦରେ ନିର୍ବାଚିତ

କେନ୍ଦ୍ରାପଡ଼ା, ୧୭/୦୬/୨୦୨୨( ଓଡ଼ିଶା ସମାଚାର )-କୃଷକ ବିକାଶ ସମବାୟ ସମିତି ଲିଃ ସଭାପତି ଭାବରେ ଶୁକ୍ରବାର ବିଶିଷ୍ଟ ସମବାୟ ବିତ୍ ତଥା ଚାଷୀଙ୍କନେତା ପ୍ରମୋଦ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।  ନିର୍ଦ୍ଧେଶକ ଅଭୟ ସାମଲ ତାଙ୍କର ପ୍ରସ୍ତାବକ ଥିବା ବେଳେ ଅନ୍ୟତମ ନିର୍ଦ୍ଧେଶକ ଦିଲୀପ ମହାନ୍ତି ସମର୍ଥକ ରହିଥିଲେ । ପ୍ରାର୍ଥୀପତ୍ର …

Read More »

କଲେଇଗାଁ ପେକ୍ସ ସଭାପତି ଭାବେ ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ

ଜୁନାଗଡ଼, ୧୭/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପେକ୍ସର ସଭାପତି ଭାବେ ଆଜି ସଂଜୟ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାଯୋଗୁଁ ସଞ୍ଜୟ ତ୍ରିପାଠୀଙ୍କ ପ୍ରାର୍ଥୀତ୍ବ ନିର୍ଦ୍ୱନ୍ଦ୍ୱ ହୋଇଛି।ଆଜି ସକାଳ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ରହିଥିଲା।ହେଲେ ସଞ୍ଜୟ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କେହି …

Read More »

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୭ ନିର୍ଦ୍ଧେଶକ ନିଦ୍ୱର୍ନ୍ଦରେ ନିର୍ବାଚିତ

କେନ୍ଦ୍ରାପଡ଼ା,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାବଗତ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୬ ତାରିଖରେ ବ୍ୟାଙ୍କର୧୫ଟି ଜୋନର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମ୍ପୂର୍ଣ୍ଣ ହୋଇଥିଲା । ପ୍ରାର୍ଥୀପତ୍ର ଯାଂଚପରେ ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ଗୁରୁ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ମନୋନୟନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ …

Read More »

ପ୍ରଗତି କୃଷକ କ୍ଲବ୍ ବାର୍ଷିକ ଉତ୍ସବ 

ଗରଦପୁର,୦୯/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁରସ୍ଥିତ ପ୍ରଗତି କୃଷକ କ୍ଲବ ର ୧୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ତ୍ରିଲୋଚନ ମହାପୁରୁଷ ପିଠରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରମୋଦ ମହାନ୍ତି ସଭାପତିତ୍ୱ କରିଥିଲେ ।  ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ  ଓ ସମ୍ମାନୀତ ଅତିଥି ଭାବେ ଗାୟକ ଭୁଷଣ ଗୋପବନ୍ଧୁ …

Read More »

ଜୈବକୃଷି ଚାଷୀର ଆୟ ବଢାଇବା ସହ କମ୍ପାନୀ ଶୋଷଣ ବନ୍ଦ କରିବ : ଗୋପାଳ ସୁତରିଆ

ଭୁବନେଶ୍ୱର , ୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଜୈବକୃଷି ଚାଷୀର ଆୟ ବଢାଇବା ସହ କମ୍ପାନୀ ଶୋଷଣର ସମାପ୍ତ କରିବ ବୋଲି ଜୈବ କୃଷି ଉପରେ ଭାରତ ନିର୍ମାଣ ଅଭିଯାନ ଓ ନବନିର୍ମାଣ ସଂଗଠନ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୈବକୃଷି ବିଶେଷଜ୍ଞ ଗୋପାଳ ସୁତରିଆ ମତପ୍ରକାଶ କରିଛନ୍ତି । ଇନ୍ଷ୍ଟିଚୁ୍ୟଟ ଅଫ୍ ଇଞ୍ଜିନିୟର୍ସରେ କୃଷକ ନେତା ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ …

Read More »

କୃଷକ କ୍ଲବ ପକ୍ଷରୁ ବାଇଗଣ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ର ଉତ୍ସ

ଗରଦପୁର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ୧୦ ଗୁଂଠ ଜମିରେ ବେଉଷଣ କରାଯାଇ ଚାଷ କରାଯାଇଛି ବାଇଗଣ । ସ୍ଥାନୀୟ ହାଟ ବଜାରରେ ବାଇଗଣ ପରିବା ଯୋଗାଇ ଦେବା ସହିତ କେନ୍ଦ୍ରାପଡ଼ା, ପାରାଦୀପକୁ ଯୋଗାଣ ହେଉଛି ଫ୍ରେସ ବାଇଗଣ ପରିବା । ପ୍ରତ୍ୟେକ ଦିନ ତୋଳା ଯାଉଛି କୁଇଂଟାଲ କୁଇଂଟାଲ ବାଇଗଣ । ଏହି ପରିବା ଚାଷ କରିଛନ୍ତି ୬ ଜଣ ଯୁବ ଶିକ୍ଷିତ ଚାଷୀ । ଏମାନେ ସମସ୍ତେ ସ୍ଥାନୀୟ …

Read More »