Saturday , June 19 2021
Breaking News
Home / admin

admin

ତୁଳସୀ କ୍ଷେତ୍ର ରଥଯାତ୍ରା ପାଇଁ ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ କରନ୍ତୁ: ବୈଜୟନ୍ତ ପଣ୍ଡା  

କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ବରିଷ୍ଠ ବିଜେପି ନେତା ତଥା ରଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତୁଳସୀ କ୍ଷେତ୍ରରେ ସିଦ୍ଧ ଶ୍ରୀବଳଦେବଜୀୟୁଙ୍କ ପ୍ରସିଦ୍ଧ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର ନିଜ ଆଡୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସହ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରାର ଅନେକ …

Read More »

ଭିଡିଓକନଫରେନ୍ସ  ଆଲୋଚନା ପରେ ପଟ୍ଟାମୁଣ୍ଡାଇ ଇଣ୍ଡୋର ଷ୍ଟାଡିୟମ ପାଇଁ ୮କୋଟି ମଞ୍ଜୁର

କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରୀଡାର ବିକାଶ ସହ ଉଦୀୟମାନ କ୍ରୀଡାବିତ ସୃଷ୍ଟି କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ରାଜନଗରର ଯୁବ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଥିଲେ । ବିଧାୟକ ଶ୍ରୀ ସାହୁଙ୍କ ଦାବି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ଶୁକ୍ରବାର କେନ୍ଦ୍ରାପଡା …

Read More »

ଯୁବସାମ୍ବାଦିକଙ୍କ ପିତୃ ବିୟୋଗ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରଦୀପରେ କାର୍ଯ୍ୟରତ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ପିତା ଦ୍ୱାରିକାନାଥ ସ୍ୱାଇଁ (୬୧) ଙ୍କର ଗୁରୁବାର ଦିନ ବିଳମ୍ବିତ ରାତି ରେ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ପାରାଦୀପ ବନ୍ଦରରେ କାର୍ଯ୍ୟ କରି ୨୦୨୦ ମସିହା ଅକ୍ଟୋବର ମାସ ରେ ଦ୍ୱାରିକାନାଥ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ । ଗତ ଦୁଇ ମାସ ହେବ କିଡିନ୍ ଜନିତ ସମସ୍ୟା ଯୋଗୁଁ …

Read More »

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି ୩୦ଗ୍ରାମ୍ ବ୍ରାଉନ ସୁଗାର ସହିତ ଜଣକୁ ଗିରଫ କରିଛି । ସୁଚନା ମୁତାବକ ପାରାଦ୍ୱୀପ ତଥା ଆଖପାଖ ଅଂଚଳରେ ବ୍ରାଉନ ସୁଗାର ଓ ଚୋରା ମଦ କାରବାର ବୃଦ୍ଧି ପାଉଥିବାରୁ ଗତ ୩ମାସ ମଧ୍ୟରେ ପାରାଦ୍ୱୀପ ଅବକାରୀ ଥାନା ପାରାଦ୍ୱୀପ ଓ କୁଜଙ୍ଗ ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ …

Read More »

ଉଦୟବଟରେ ଜବରଦଖଲକାରୀ ଙ୍କୁ ଉଚ୍ଛେଦ କଲା ପାରାଦ୍ୱୀପ ବନ୍ଦର ଇଷ୍ଟେଟ ବିଭାଗ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ସଂପ୍ରତି କରୋନା ମହାମାରୀ ର ସୁଯୋଗ ରେ ଏବେ ପାରାଦ୍ୱୀପ ରେ କିଛି ଜମି ମାଫିଆ ଓ ଜବରଦଖଲକାରୀ ସକ୍ରିୟ ହୋଇଉଠିଛନ୍ତି । ପାରାଦ୍ୱୀପ ବନ୍ଦର ର ବ୍ୟବହୃତ ହୋଇନଥିବା ମୁଲ୍ୟବାନ ଜମିରେ ଏହି ମାଫିଆମାନେ ଅସ୍ଥାୟୀ ଘର ନିର୍ମାଣ କରି ବେଆଇନ୍ ବ୍ୟବସାୟ କରିବାର ଯୋଜନା ସାମ୍ନା କୁ ଆସିଛି । ଘଟଣାରୁ ପ୍ରକାଶ ଉଦୟବଟର ଭିତରଗଡ ଠାରେ ଥିବା ବନ୍ଦରର କିଛି ଅବ୍ୟବହୃତ ଜମିରେ …

Read More »

ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକବାର୍ତା

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର)- ଜଣେ ଦକ୍ଷ, କର୍ମନିଷ୍ଠ ପୋଲିସ୍ ଅଧିକାରୀ, ସୁସାହିତି୍ୟକ, ଉଚ୍ଚକୋଟିର ବ୍ୟକ୍ତିତ୍ୱ, ରାଜ୍ୟର ଭିଜିଲାନ୍ସ ମହାନିର୍ଦ୍ଧେଶକ, ଭାରତୀୟ ଆରକ୍ଷୀ ସେବା ଅଧିକାରୀ ଦେବାଶିଷ ପାଣିଗ୍ରାହୀଙ୍କ କରୋନା ସଂକ୍ରମଣରେ ଅକାଳ ବିୟୋଗରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଗଭୀର ଶୋକ ପ୍ରକଟ କରିବା ସହ ରାଜ୍ୟ ଜଣେ ଦକ୍ଷ ପୋଲିସ୍ ଅଧିକାରୀ ଓ ସୁସାହିତି୍ୟକଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରି ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି …

Read More »

ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଶୋକ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗର ମହା ନିର୍ଦ୍ଧେଶକ, ଦକ୍ଷ ଆରକ୍ଷୀ ଅଧିକାରୀ, ସୁ-ସାହିିତି୍ୟକ, ପ୍ରବୀଣ ପ୍ରଶାସକ ଦେବାଶି ପାଣିଗ୍ରାହୀଙ୍କ ବିୟୋଗରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଗଭୀର ଶୋକ ପ୍ରକଟ କରି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

Read More »

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫୪ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧୪୭୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୧ଜଣ, ବରଗଡ଼ ଜିଲ୍ଲାରୁ ୫୨ଜଣ, ଭଦ୍ରକ ଜିଲ୍ଲାରୁ ୧୩୯ଜଣ, ବଲାଙ୍ଗୀର …

Read More »

ସହରାଂଚଳର ଉଠାଦୋକାନୀ ଓ ବୁଲାବିକାଳିଙ୍କ ନାମ ପଞ୍ଜିକୃତ କରି ସହାୟତା ପ୍ରଦାନ ପାଇଁ ଦାବି

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତୀୟ ଅଣସଂଗଠିତ ଶ୍ରମିକ କଂଗ୍ରେସ (ଏ.ଆଇ.ୟୁ.ଡବ୍ଲୁ.ସି.) ପକ୍ଷରୁ ମହାମାରୀ କରୋନା ସମୟରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଉଠାଦୋକାନୀ ଓ ବୁଲାବିକାଳିମାନଙ୍କ ଅର୍ଥନୈତିକ ସ୍ଥିତିକୁ ବିଚାର କରାଯିବା ସହ ସେମାନଙ୍କ ନାମକୁ ପୈାରସଂସ୍ଥା ପକ୍ଷରୁ ପଞ୍ଜିକୃତ କରାଯିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ପୌରସଂସ୍ଥା ଗୁଡିକ ସଠିକ ଭାବରେ ସେମାନଙ୍କ ନାମ ପଞ୍ଜିକୃତ କରିନଥିବାରୁ ସେମାନେ …

Read More »

ଶ୍ରୀବଳଦେବଜୀଉଙ୍କ ରଥାଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ନିଷେଧାଦେଶ  ପ୍ରତିବାଦରେ ବିଜେପିର ଧାରଣା

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ନିଷେଧାଦେଶ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି ।  ରାଜ୍ୟସରକାରଙ୍କ ନିଷ୍ପତି ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ କେନ୍ଦ୍ରାପଡାରେ ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ବ୍ରହ୍ମ ତାଳଧ୍ୱଜ ରଥ ବଡଦାଣ୍ଡରେ ଗଡିବ ନାହିଁ, ଏହା କେନ୍ଦ୍ରାପଡାର ଜନସାଧାରଣଙ୍କ ଧର୍ମୀୟ ଭାବନା …

Read More »