ଓଡ଼ିଶା ସମାଚାର ସମ୍ପର୍କରେ ପଦେ : ବାସି ଖବରର ଯୁଗ ଶେଷ
— ♣ ଦିନ ଥିଲା ଡ଼ାକ ଯୋଗେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଅଂଚଳରୁ ବିଭିନ୍ନ ଗଣ ମାଧ୍ୟକୁ ଖବର ଆସୁଥିଲା । ସେତେବେଳେ ଗ୍ରାମାଂଚଳରେ
ଡ଼ାକ ଘର ରହିଥିଲା । ବିଭିନ୍ନ ନଦୀ, ନାଳ, ପାହାଡ଼ , ପର୍ବତ ଡ଼େଇଁ ଖବର ଟିଏ ଆସି ଗଣମାଧ୍ୟମରେ ପହଂଚିବାକୁ ଅତି କମ୍ ରେ ସପ୍ତାହ ଟିଏ ସମୟ ଲାଗୁଥିଲା । ସେତେବେଳେ ହାତରେ ଖଂଜା ଅକ୍ଷର ସାହାଯ୍ୟରେ ଗୋଡ଼ରେ ପେଡ଼ାଲ ମାରି ଖବର କାଗଜ ଛପାଯାଉଥିଲା । ଖବର କାଗଜ ଛପାଯିବା ପରେ ପୁଣି ୨/ ୩ ଦିନ ପରେ ଖବର କାଗଜ ପହଂଚୁଥିଲା ପାଠକମାନଙ୍କ ପାଖରେ । ସେତେବେଳେ ଏତେ ଗଣମାଧ୍ୟମ ନଥିଲା । ଏହାପରେ ଫ୍ୟାକ୍ସ ଯୋଗେ ଖବର ପଠାଗଲା ଓ ଅଫସେଟ୍ ମେସିନ୍ ସାହାଯ୍ୟରେ ଖବର କାଗଜ ଛପା ଗଲା । କାଳକ୍ରମେ ବୈଦ୍ୟୁତିକ ଗଣମାଧ୍ୟମ ଆସିଲା । ବୈଦ୍ୟୁତିକ ଗଣମାଧ୍ୟମ ଆସିଲା ପରେ ଇମେଲ ଯୋଗେ ଓ ବୈଦ୍ୟୁତିକ ଯୋଗାଯୋଗ ମାଧ୍ୟମରେ ଖବର ଗୁଡିକ ନିମିଷକ ମଧ୍ୟରେ ସାରା ପୃଥିବୀରେ ପହଂଚି ପାରୁଛି । ସେହି କ୍ରମରେ ବୈଦ୍ୟୁତିକ ଗଣମାଧ୍ୟମ ଆସିବା ପରେ ବାସି ଖବରର ଯୁଗ ଶେଷ ହୋଇଛି । ଏହି କ୍ରମରେ ଓଡ଼ିଶାର ଖବରକୁ ନିମିଷକ ମଧ୍ୟରେ ସାରା ପୃଥିବୀରେ ପହଂଚାଇବା ଲକ୍ଷରଖି ୧୪ ଅକ୍ଟୋବର ୨୦୧୦ ରେ ଓଡ଼ିଶା ସମାଚାର ଜନ୍ମ ନେଲା । ବର୍ତମାନ ବୈଦ୍ୟୁତିକ ଗଣମାଧ୍ୟମ ଛତୁ ଫୁଟି ଗଲାଣି ।
ଇ ( ଇଂଟରନେଟ୍ ବା ଉପଗ୍ରହ ) + ଓଡ଼ିଶା ସମାଚାର = ଇଓଡ଼ିଶା ସମାଚାର
ବର୍ତମାନ ଆମେ ଇ- ଯୁଗ ରେ ପହହଂଚିଛୁ । ଇ ଅର୍ଥାତ ଇଂଟରନେଟ । ଇଂଟର ନେଟ ମାଧ୍ୟମରେ ବର୍ତମାନ ସବୁ କାର୍ଯ୍ୟ ହେଉଛି । ଇ ଟେଣ୍ଡର , ଇ ସର୍ଭେ, ଇ ମନିଅର୍ଡ଼ର, ଇ ପେମେଂଟ ଇତ୍ୟାଦି ଇତ୍ୟାଦି । ଏବେ ଆଉ ଖବର କାଗଜ କିଣି ଖବର ପଢ଼ିବାକୁ ପଡ଼ିବ ନାହିଁ କିମ୍ବା ଟିଭି ପାଖକୁ ଯାଇ ଖବର ଦେଖିବାକୁ ପଡ଼ିବନାହିଁ । ଆପଣଙ୍କ ମୋବାଇଲ ଫୋନ୍ ରେ ଇଂଟରନେଟ୍ ଥିଲେ ଆପଣ ଯେକୌଣସି ସ୍ଥନରେ ସାରା ପୃଥିବୀର ଖବର ଦେଖିପାରିବେ କିମ୍ବା ପଢ଼ିପାରିବେ । ସେଥିପାଇଁ ପ୍ରିନ୍ଟ ମିଡ଼ିଆ ଓ ଟିଭି ଚାନେଲ ପ୍ରଭୃତି ବୈଦ୍ୟୁତିକ ଗଣମାଧ୍ୟମମାନେ ମଧ୍ୟ ଇଂଟରନେଟ(ଉପଗ୍ରହ) ଦ୍ୱାରା ୱେବ ପୋର୍ଟାଲ ଖୋଲିଛନ୍ତି ।
ଆମ୍ଭେ ଏଥିପାଇଁ “ଓଡ଼ିଶା ସମାଚାର ”ପୂର୍ବରୁ ଏକ “ଇ” ସଂଯୋଗ କରି “ ଇଓଡ଼ିଶା ସମାଚାର ” ନାମରେ ଡ଼ୋମିନ୍ ନେଇ “ ଓଡ଼ିଶା ସମାଚାର ” ନିରବଛିନ୍ନ ଭାବରେ ୧୪.୧୦.୨୦୧୦ ତାରିଖରୁ କାର୍ଯ୍ୟ କରୁଛି ।
ଓଡ଼ିଶା ସମାଚାର ଭାରତ ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଣାଳୟ ରେ ପଂଜିକୃତ ହୋଇଛି । ଏହାର ୟୁଏଏମ ନଂ – ଓଡ଼ି ୧୯ ଡ଼ି ୦୦୧୧୮୫୯ ଅଟେ ।
ରାଜ୍ୟର ଅନ୍ୟତମ ବରିଷ୍ଠ ସାମ୍ବାଦିକ ତଥା ହିନ୍ଦୁସ୍ଥାନ ସମାଚାର ସମ୍ବାଦ ସରବରାହ ସଂସ୍ଥାର ପୂର୍ବତନ ବାର୍ତା ସମ୍ପାଦକ ଦୀପ୍ତି ରଂଜନ କାନୁନଗୋ ଏହାର ପ୍ରକାଶକ, ସମ୍ପାଦକ, ବାର୍ତା ସମ୍ପାଦକ ତଥା ବ୍ୟୁରୋଚିଫ୍ ଅଟନ୍ତି ।
ଓଡ଼ିଶା ସମାଚାର ର ୱେବ ପୋର୍ଟାଲ (www.eodishasamachar.com) ଓ ଏହାର ପ୍ରକାଶକ ଦୀପ୍ତିରଂଜନ କାନୁନଗୋ (ପ୍ରକାଶକ ତଥା ସମ୍ପାଦକ) ଉଭୟ ମିନିଷ୍ଟ୍ରି ଅଫ ଇନଫରମେସନ୍ ଆଣ୍ଡ ବ୍ରଡ଼କାଷ୍ଟିଙ୍ଗ(ଏମଆଇବି) ଦ୍ୱାରା ସ୍ୱିକୃତୀପ୍ରାପ୍ତ ୱେବ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ ର ସଦସ୍ୟ ଅଟନ୍ତି ।

ଆମ୍ଭ ଦ୍ୱାରା ପ୍ରକାଶିତ କୌଣସି ଖବର ସମ୍ପର୍କରେ ଅଭିଯୋଗ ଥିଲେ ଖବର ପ୍ରକାଶନ ର ୩୦ ଦିନ ମଧ୍ୟରେ ନିଜର ନାମ, ଯୋଗାଯୋଗ ପାଇଁ ଫୋନ୍ ନମ୍ବର, ଇ- ମେଲ ସହିତ ପ୍ରକାଶିତ କେଉଁ ଖବର ସମ୍ପର୍କରେ ଅଭିଯୋଗ ଅଛି ଓ କି ପ୍ରକାର ଅଭିଯୋଗ ଆଦି ଲେଖି ଅଭିଯୋଗ ର ସମାଧାନ ପାଇଁ ନିମ୍ନ ରେ ଦିଆଯାଇଥିବା ଠିକଣାରେ ଜଣାନ୍ତୁ ।
ଶ୍ରୀ ଦିପ୍ତିରଂଜନ କାନୁନଗୋ
ପ୍ରକାଶକ ଓ ସମ୍ପାଦକ
ମୋବାଇଲ ଫୋନ୍ ନଂ- ୯୯୩୭୮୪୪୩୩୨
ହ୍ୱାଟ୍ସଆପ୍ ନଂ – ୯୧୭୮୨୨୨୨୬୨
Email – odishasamachar@gmail.com / diptiranjankanungo@gmail.com
ଅଭିଯୋଗ ର ସମାଧାନ ନହେଲେ ନିମ୍ନ ରେ ଦିଆଯାଇଥିବା ଠିକଣାରେ ଜଣାନ୍ତୁ :
ଡ଼ଃ ଅମରେନ୍ଦ୍ରନାଥ ମହାନ୍ତି ,
ଅବସରପ୍ରାପ୍ତ ବୈଜ୍ଞାନିକ (ସିଫା)
ଅଭିଯୋଗ ସମାଧାନ ଅଧିକାରୀ
ପାରିଜାତ ବିଲଡ଼ିଙ୍ଗ, ଉତରା ଶାସନ
ପୋଷ୍ଟ- କୌଶଲ୍ୟାଗଙ୍ଗ, ଭୁବନେଶ୍ୱର-୭୫୧୦୦୨,ଓଡ଼ିଶା
ମୋବାଇଲ ଫୋନ୍ ନଂ- 8249190500
Email – dranmohanty@gmail.com
-୦-