ଲୋକନାଥ ମହାବିଦ୍ୟାଳୟରେ ଭାଷା ଦିବସ ପାଳନ 

ଗରଦପୁର, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)-ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ଭାଷା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜାର ତ୍ରିପାଠୀ ପୌରହିତ୍ୟ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ତଥା ଗାଳ୍ପିକ ଓ ସମାଲୋଚକ ଡ଼ ଭୁବନାନନ୍ଦ ସାହୁ ଓ ବିଶିଷ୍ଟ ଅତିଥି ଭାବେ ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତି ଯୋଗଦେଇ ଭାରତୀୟ ଭାଷା ର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରାଧ୍ୟାପକ ସୁରେନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ଼ ସ୍ନେହାଂଜଳୀ ମହାପାତ୍ର ବିଭିନ୍ନ ଭାଷାର ବୈଶିଷ୍ଟ୍ୟ ସମ୍ପର୍କରେ ବର୍ଣ୍ଣନା ସହିତ ଅଧ୍ୟାପିକା ଚିନ୍ମୟୀ ଜେନା ଓଡ଼ିଆ ଭାଷାର ଅନ୍ୟ ପ୍ରାନ୍ତୀୟଭାଷା ସହ ସମ୍ପର୍କ ଶିର୍ଷକରେ ଆଲୋଚନା କରିଥିଲେ । ଉତ୍ସବରେ ଅଧ୍ୟାପିକା ଏଲିନା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଦେବଯାନୀ ସାହୁ ଓ ସାଥି ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *