ଜୁନାଗଡ଼, ୧୯/୦୯/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଦିନକ ପରେ ପଶ୍ଟିମ୍ ଓଡ଼ିଶାର ଗଣ ପର୍ବ ନୂଆଁଖାଇ । ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର । କିନ୍ତୁ ଏଭଲି ଖୁସିର ସମୟରେ ମଙ୍ଗଳବାର ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଟ୍ରକ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁ ନିକଟରେ ମଙ୍ଗଳବାର ଅପରାହ୍ନ ରେ ଏକ ଅଟୋ (ନଂ. OD08S9369) ଓ ଟ୍ରକ ( ନଂ CG 07C3496)ମଧ୍ୟରେ ମୁହାଁ ମୁହିଁ ଧକ୍କl ହୋଇଥିଲା। ଫଳରେ ଅଟୋ ରେ ବସିଥିବା ଥୁଆମୂଳ ରାମପୁର ବ୍ଲକ କାଠକୁରା ଗ୍ରାମର ଗୋଟିଏ ପରିବାର ର ପଦୁସର ନାଏକ,କୃଷ୍ଣଚନ୍ଦ୍ର ନାଏକ,ଅମୃତସର ନାଏକ,ସୁଷମା ନାଏକ, ମିଥୁନ ନାଏକ,ସୁଭଦ୍ରା ନାଏକ,ଚନ୍ଦୁ ନାଏକ,ସନ୍ଦିପ ନାଏକ,ସୁବର୍ଣ୍ଣ ନାଏକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତ ଙ୍କୁ ପ୍ରଥମେ କଳମପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ସମସ୍ତ ଙ୍କୁ ଭବାନୀପାଟଣା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏମାନଙ୍କ ମଧ୍ୟରୁ ପଦୁସର ନାଏକ (୫୦) ତାଙ୍କ ପୁଅ କୃଷ୍ଣଚନ୍ଦ୍ର ନାଏକ (୨୫) ଓ ଅମୃତସର ନାଏକ(୪୫) ଙ୍କର ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ଥିବା ଜଣାପଡିଛି । ଜୁନାଗଡ଼ ଥାନା ଏସ. ଆଇ ଅଶୋକ ପ୍ରଧାନ ଓ ଚିଲଗୁଡା ଫାଣ୍ଡି ଅଧିକାରୀ ସୁବୋଧ ଫୁଲେ ଘଟଣା ତଦନ୍ତ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ବ୍ଲକ ର କାଠକୁରା ଗ୍ରାମ ର ଗୋଟିଏ ପରିବାର ର ସଦସ୍ୟ ଅଟୋ ଯୋଗେ କୌଣସି ଏକ କାର୍ଯ୍ୟ ରେ ଧର୍ମଗଡ ବ୍ଲକ ଛିଲିପା ଗ୍ରାମ କୁ ଯାଉଥିବା ବେଳେ ଏହି ଦୁର୍ଘଟଣାଘଟିଥିବା ଜଣାପଡିଛି ।