କଟକ, ୧୯/୦୯/୨୦୨୩ (ଓଡିଶା ସମାଚାର )- କଟକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଭୟ ଜେନା ସୋମବାର ଏକ ସଡ଼କ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି । ସେ ସାଲେପୁର ଅଭିମୁଖେ ବାଇକ ଯୋଗେ ଯାଉଥିବା ବେଳେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଏକ ଘରୋଇ ନର୍ସିଙ୍ଗ ହୋମ ରେ ତତକ୍ଷଣାତ ଭର୍ତ୍ତି କରାଯାଇଥିଲା । ସେ ଏବେ ସାଲେପୁର ଠାରେ ରହି ଚିକିତ୍ସା ଧୀନ ଅଛନ୍ତି । ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ବନ୍ଧୁ ଓ ଶୁଭେଛୁ ଶ୍ରୀ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।