Sunday , October 1 2023
Home / ବିଶେଷ / ମୋସନ କୋଚିଂ ସେଂଟର ରେ ଗଣନାଥଙ୍କ ପୂଜା

ମୋସନ କୋଚିଂ ସେଂଟର ରେ ଗଣନାଥଙ୍କ ପୂଜା

କେନ୍ଦ୍ରାପଡ଼ା,୧୯/୦୯/୨୦୨୩ (ଓଡ଼ିଶା ସମାଚାର)-ଆଜି ପ୍ରସିଦ୍ଧ ଗଣେଶ ଚତୁର୍ଥୀ ଅବସରରେ ବିଘ୍ନରାଜ ଶ୍ରୀ ଶ୍ରୀ ଗଣନାଥଙ୍କ ପୂଜା ଉତ୍ସବ ସ୍ଥାନୀୟ ମୋସନ କୋଚିଂ ସେଂଟର ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୧୧ଘଟିକା ସମୟରେ କୋଚିଂ ସେଂଟରର ସମସ୍ତ ଛାତ୍ରଛାତ୍ରୀ ଓ ଅନୁଷ୍ଠାନର କାର୍ଯ୍ୟକର୍ତା ଗୁଣନିଧି ଜଗତି, ଶରତ କୁମାର ବେହୁରା, ସୁଶିଲ କୁମାର ସାମଲ, ଅଶୋକ କୁମାର ମହାନ୍ତି, ବିଶ୍ୱଜିତ ରାୟ, ପ୍ରଦୀପ କୁମାର ଜେନା, ପ୍ରଦୀପ କୁମାର ସିଂ ପ୍ରମୁଖ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ମନୋରଞ୍ଜନ ପାତ୍ର, ରାକେଶ କୁମାର ଘଡେଇ, ଲକ୍ଷ୍ମୀପ୍ରିୟା ନାୟକ, ରାଜରାଣୀ ଦେହୁରୀ ପ୍ରମୁଖ ପୂଜାସେôାବକୁ ପରିଚାଳନା କରିଥିଲେ । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *