Sunday , October 1 2023
Home / ବିଶେଷ / ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୁମାଧାମରେ ପାଳିତ

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୁମାଧାମରେ ପାଳିତ

ନିରାକାରପୁର,୧୯/୦୯/୨୦୨୩ (ଓଡ଼ିଶା ସମାଚାର)- ଆଜି ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ବିଘ୍ନବିନାଶକ ଶ୍ରୀଶ୍ରୀ ଗଣପତିଙ୍କର ପୂଜା ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ ଶିକ୍ଷା ଅନୁଷ୍ଠାନ,ବ୍ୟବସାୟୀକ ପ୍ରତିଷ୍ଠାନ,ଗାଁ ଗହଳି,କୋଚିଙ୍ଗ ସେଂଟର ଗୁଡ଼ିକରେ ଯଥାବିଧି ପୂଜାଉତ୍ସବ ପାଳିତ ହୋଇଯାଇଛି । ନିରାକାରପୁର ଆର୍ଯ୍ୟବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନାଇଟେଡ଼ ଯୁବକ ସଂଘ ନରେନ୍ଦ୍ରପୁର ସାହି, ନିରାକାରପୁର ଗେଟ ବଜାର ଇଗଲ କ୍ଲବ, ପାଣ୍ଡବପାଟଣା ପ୍ରଗତୀ ଯୁବକ ସଂଘ,ପଦ୍ମପୁର ଗଣେଶ ପୂଜା କମିଟି, କ୍ଷେତ୍ରବାସୀ ଏକାଡ଼େମୀ, କେବିଡ଼ିଏଭି କଲେଜ, କମାଗୁରୁ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟ, ଆରେଡ଼ି ସଉରୀ ଚରଣ ସଂସ୍କୃତ ମହାବିଦ୍ୟାଳୟ,ନିରାକାରପୁର ପାଦୁକାଇ ଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୀତାରାମ କ୍ଲବ ବଡ଼ପାଟଣା,ରାମେଶ୍ୱର ହାଇସ୍କୁଲ, ନନପଡ଼ା ସାହି,ନିରାକାରପୁର ବଡ଼ ବଜାର, ଗେଟବଜାର, ବଡ଼ପୋଖରୀଆ ତଳସାହି ପତିତପାବନ କ୍ଲବ,କାଶୀପୁର ,ମଳିପଡ଼ା ମୋହନଲାଲ ବାଳିକା ବିଦ୍ୟାଳୟ, ମଳିପଡ଼ା କଲେଜ, ନରଣଗଡ଼ ହାଇସ୍କୁଲ,ମଳିପଡ଼ା ବାଙ୍ଗୁର ଶିକ୍ଷାସଦନ, ଜଙ୍କିଆ ଭଗବତ ଦେବ ବିଦ୍ୟାପୀଠ,ଜଙ୍କିଆ ଓଁଶ୍ରୀ ଗ୍ରୁପ, ମଳିପଡ଼ା ଉପର ସାହି ଓ ମଳିପଡ଼ା ମାନନ୍ଧାତା ସାହି ପ୍ରମୁଖଙ୍କ ଦ୍ୱାରା ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ ପୂଜା ମଣ୍ଡପରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *