ନିରାକାରପୁର, ୧୯/୦୯/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପାଣ୍ଡବପାଟଣା ଗ୍ରାମ ପ୍ରଗତୀ କ୍ଲବ ଦ୍ଵାରା ଗଣେଶ ପୂଜା ଧୁମଧାମରେ ପାଳିତ ହେଉଛି। ସୁସଜ୍ଜିତ ମଣ୍ଡପରେ ଚିତ୍ତାକର୍ଷକ ବିରାଟକାୟ ମୂର୍ତ୍ତି ଶୋଭା ପାଉଛନ୍ତି। କ୍ଲବ ସମସ୍ତ ସଦସ୍ୟ ଉପବାସ ରହି ନୂତନ ବସ୍ତ୍ର ପରିଧାନ କରି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ଆଲୋକମାଳାରେ ଝଲସୁଛି ଥିବାର ଦେଖିବାକୁ ମିଳିଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।