Wednesday , October 4 2023
Breaking News
Home / ବିଶେଷ / ଲଗାଣ ବର୍ଷାରେ ହିରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ:ହଜାରେ ହଜାରେ ହେକ୍ଟର ଚାଷ ଜମି ଜଲମଗ୍ନ

ଲଗାଣ ବର୍ଷାରେ ହିରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ:ହଜାରେ ହଜାରେ ହେକ୍ଟର ଚାଷ ଜମି ଜଲମଗ୍ନ

ନିରାକାରପୁର, ୧୮/୦୯/୨୦୨୩ (ଓଡ଼ିଶା ସମାଚାର)- ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଂଚାୟତରେ ପ୍ରବେଶ କରିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଓରବରସିଂହ ପଂଚାୟତର ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ସେହିପରି ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ପାଣି ରାସ୍ତା ପାର ହୋଇ ଡ଼ିହଖୋଳା ଗ୍ରାମ ଭିତରେ ପାଣି ପଶିଯିବାରୁ ଡ଼ିହଖୋଳା ଗାଁ ଦାଣ୍ଡରେ କିଛି ପାଣି ହୋଇଯାଇଥିବା ଦେଖିବା ମିଳିଛି । ଏହି ପଂଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ରାୟପୁର ନରଣଗଡ଼ ପଂଚାୟତର ମାନପୁର,ଓରମି, ବଳପୁର,ଧବଳପୁର ଓ କୁରୁମପଡ଼ା , ବ୍ରଜମୋହନପୁର ପଂଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଂଚଳରେ ବନ୍ୟା ସୃଷ୍ଟି କରୁଛି । ବନ୍ୟାଜଳ ଚାଷ ଜମିରେ ରହିଥିବାବେଳେ ଆହୁରି ଯଦି ଏହି ପରିସ୍ଥିତ ଲାଗି ରହେ ତେବେ ଧାନ ଫସଲ ପଚି ନଷ୍ଟ ହୋଇ ଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ସବୁ ଅଂଚଳ ମଧ୍ୟରେ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମରେ ୨୯ଟି ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୩୦୦ ହେବ । ବନ୍ୟା ପାଣି ଆସିଲା ମାତ୍ରେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି । ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଏକ ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି । ଆଜି ପାଣି ଧୀରେ ଧୀରେ ବଢୁଥିବାବେଳେ ଆଣ୍ଠୁଏ ଲେଖାଁଏ ପାଣି ଡ଼ିହଖୋଳା – ହିରିମୂଳ ରାସ୍ତାରେ ଚାଲୁଥିବାରୁ ଯାତାୟତ ପାଇଁ ଏକ ବୋଟ ବ୍ୟବସ୍ଥା କରିଥିବା ପଂଚାୟତ ନିର୍ବାହୀ ଅଧିକାରୀ ଧନଞ୍ଜୟ ଛୋଟରାୟ ଜଣାଇଛନ୍ତି । ଆସନ୍ତା କାଲି ପରିସ୍ଥିତକୁ ଦେଖି ଯହା ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ଜଣାପଡ଼ିଛି । ଯଦି ପାଣି ଅଧିକ ଦିନ ରହେ ଦେବେ ଧାନ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ସ୍ଥାନୀୟ ଚାଷୀମାନେ ଜଣାଇ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *