ଖୋର୍ଦ୍ଧା,୧୭/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ସ୍ବାଧୀନତା ର ପର ବର୍ଷ ତଥା ୧୯୪୮ ମସିହାରେ ନିରାକାରପୁର ହସପିଟାଲ ଟି ସ୍ଥାପିତ ହୋଇଛି। ଦୀର୍ଘ ୧୫ ବର୍ଷ ହେଲାଣି ଏଠାରେ ସ୍ଥାୟୀ ଡାକ୍ତର ସମସ୍ୟା ଲାଗିରହିଛି। ଯାହାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରାଯାଇଛି। ଗତ ୩ ଦିନ ତଳେ ପୁନର୍ବାର ଏଠାରେ ସ୍ଥାୟୀ ଡାକ୍ତର ଅଭାବକୁ ନେଇ ଖବର ପ୍ରକାଶ ପାଇବା ମାତ୍ରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଆର୍ତ୍ତବଂଧୁ ନାୟକ ଗୁରତର ମନେ କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଡେପୁଟେସନ ରେ ଡ ସୁନିଲ କୁମାର କର ଙ୍କୁ ନିରାକାରପୁର ହସପିଟାଲ ରେ କାର୍ୟ୍ୟ କରିବା ପାଇଁ ଆଦେଶ ଦେଇଥିଲେ। ମାତ୍ର ଏହି ଡେପୁଟେସନ ଆଦେଶକୁ ବିରୋଧ କରିଛି ଟାଙ୍ଗୀ ବ୍ଳକ ସାମ୍ବାଦିକ ସଂଘ। ଯାହାଫଳରେ ଏହି ବିରୋଧ କୁ ମଧ୍ୟ ନିନ୍ଦା କରିଛି ନିରାକାରପୁର ସାମ୍ବାଦିକ ସଂଘ। କାରଣ ସାମ୍ବାଦିକ ର କାର୍ୟ୍ୟ ସମସ୍ୟା କୁ ଖୋଜି ଖବର ପ୍ରକାଶ କରିବା ମାତ୍ର ଏଠି ସାମ୍ବାଦିକ ସଂଘ ନାମରେ ଚାଟୁକାର କାର୍ୟ୍ୟ କରାଯାଇ ଡାକ୍ତର ଙ୍କ ସହ ସାଲିସ ହୋଇ ଗୋଟିଏ ଅଂଚଳର ନିହାତି ଆବଶ୍ୟକତା ବିରୁଦ୍ଧରେ ଜନବିରୋଧୀ କାର୍ୟ୍ୟ କରାଯାଇଛି। ଯାହାକୁ ନେଇ ନିରାକାରପୁର ଅଚଳ ବୁଦ୍ଧିଯିବି ମଧ୍ୟ ସାମ୍ବାଦିକ ସଂଘ ର କାର୍ୟ୍ୟକଳାପ କୁ ନାପସନ୍ଦ କରିଛନ୍ତି। ଏବଂ ଯୋଉ ବ୍ଳକ ସାମ୍ବାଦିକ ଭାଇମାନେ ଡେପୁଟେସନ ଆଦେଶକୁ ବିରୋଧ କଲେ ସେଇ ବ୍ଳକ ଅଧିନରେ କଣ ନିରାକାରପୁର ହସପିଟାଲ ଆସୁନି କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ନିଶ୍ଚିତ ଭାବେ ନିରାକାରପୁର ହସପିଟାଲ ଡାକ୍ତର ସମସ୍ୟା ତୁରନ୍ତ ସମାଧାନ କରନ୍ତୁ ବୋଲି ନିରାକାରପୁର ଅଂଚଳର ବିଭିନ୍ନ ମହଲରୁ ଦାବି ହୋଇଛି।