,୫୫ ଗୋଟି ଅଭିଯୋଗର ସମାଧାନ ଦିଗରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ
କଟକ,୧୮/୦୯/୨୦୨୩ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥିତ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡଃ. ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ଜିଲ୍ଲାରେ ପ୍ରତ୍ୟେକ ସୋମବାର ଜିଲ୍ଲାପାଳ ବିଭିନ୍ନ ବ୍ଲକ ଏବଂ ଉପଖଣ୍ଡମାନଙ୍କରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କରିବା ସହ ତାହାର ତ୍ଵରିତ ସମାଧାନ ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦେବା ସହ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପ-ଆୟୁକ୍ତ ପୋଲିସ କମିଶନରେଟ ଭୁବନେଶ୍ବର-କଟକ ଶ୍ରୀ ପିନାକ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବୋ ଟପୋ, ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, କଟକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜନଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଆଜିର ଜନଅଭିଯୋଗ ଶୁଣାଣିରେ ସମୁଦାୟ ୫୫ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ସାମୁହିକ ଅଭିଯୋଗ ୪ ଗୋଟି ଏବଂ ବ୍ୟକ୍ତିଗତ ଅଭିଯୋଗ ୫୧ଗୋଟି ପ୍ରଶାସନର ହସ୍ତଗତ ହୋଇଥିଲା ।
ତନ୍ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୭ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ୩ଟି ଅଭିଯୋଗ ଆସିଥିବା ସ୍ଥଳେ ୨ଜଣଙ୍କୁ ଚିକିତ୍ସା ନିମନ୍ତେ ତତ୍କାଳ ସହାୟତା ଦିଆଯାଇଛି । ଆଠଗଡ ଅନ୍ତର୍ଗତ କନ୍ତୋଲ ଗ୍ରାମର ବାସିନ୍ଦାବ୍ରଜ କିଶୋର ବେହେରାଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ୫୦୦୦/- ଟଙ୍କା, ନରସିଂହପୁର ବ୍ଳକ ଅନ୍ତର୍ଗତ ଚମ୍ପେଶ୍ବର ଗ୍ରାମର ବାସିନ୍ଦା ଶ୍ରୀ ରବୀନ୍ଦ୍ର କୁମାର ନାୟକଙ୍କୁ ୫୦୦୦/- ଟଙ୍କା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ଡଃ. ଚୟନୀ ପ୍ରକାଶ କରିଛନ୍ତି ।