ଜଗତସିଂହପୁର, ୧୮/୦୯/୨୦୨୩ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୭୬ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୬୮ଗୋଟି ଅଭିଯୋଗ, ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୦୮ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୦୪ଟି,ଆବାସ ଯୋଜନା ସମସ୍ୟା ସଂପର୍କୀୟ ୦୧ଟି,ଜମିଜମା ସମସ୍ୟା ସଂପର୍କୀୟ ୨୦ଟି, ରେଡ୍ କ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୦୧ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣିରୁ ସହାୟତା ପାଇବା ପାଇଁ ୦୪ଟି, ଭତା ସମସ୍ୟା ସଂପର୍କୀୟ ୦୩ଟି, ପୋଲିସ ସହାୟତା ସଂପର୍କୀୟ୦୧ଟି ଏବଂ ଅନ୍ୟାନ୍ୟ ୧୭ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୧୭ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା ।
ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର୍,ମୁଖ୍ୟ ବିକାଶ-ତଥା- ନିର୍ବାହୀ ଅଧିକାରୀ,ଜିଲା ପରିଷଦ ଶ୍ରୀ ରୁଦ୍ରନାରାୟଣ ଦାଶ, ଉପ-ଜିଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଗୋଷ୍ଠି ଉନ୍ନୟନ ଅଧିକାରୀ, ଜଗତସିଂହପୁର ଶ୍ରୀ ଦେବାଶିଷ ରାଉତ, ତହସିଲଦାର,ଜଗତସିଂହପୁର ଶ୍ରୀ ତାରିଣୀ ରଂଜନ ରାୟ, ଜିଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।