Sunday , October 1 2023
Home / ସ୍ୱାସ୍ଥ୍ୟ / ଝାଡା ବାନ୍ତିରେ ୪ ମୃତ ୩ ଆକ୍ରାନ୍ତ 

ଝାଡା ବାନ୍ତିରେ ୪ ମୃତ ୩ ଆକ୍ରାନ୍ତ 

ଲକ୍ଷ୍ମୀପୁର ୧୭/୦୯/୨୦୨୩ (ଓଡ଼ିଶା ସମାଚାର /ମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଝାଡା ବାନ୍ତି ବ୍ୟାପିବାରେ ଲାଗିଛି।  ଗତ ପନ୍ଦର ଦିନ ମଧ୍ୟରେ ୪ ଜଣ ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଥିବା ଜଣା ପଡିଛି। ଖବର ନେବାରେ ଜଣା ପଡିଛି , ସ୍ଥାନୀୟ ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡ଼ା ଗ୍ରାମ ଠାରେ ଗତ ପନ୍ଦର ଦିନ ମଧ୍ୟରେ ଝାଡା ବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ରମେଶ ମାଣ୍ଡୀଙ୍ଗା ଅଭିଯୋଗ କରିଛନ୍ତି। ତାଙ୍କ ମା ଶୁଆଇ ମାଣ୍ଡିଙ୍ଗାଙ୍କ ସମେତ ଜୁଗୁ ମାଣ୍ଡିଙ୍ଗା ବୃନ୍ଦା ମାଣ୍ଡିଙ୍ଗା ଆକ୍ରାନ୍ତ ଅଛନ୍ତି। ମୃତକ ମାନେ ହେଲେ ବିରୀଗୁଡ଼ା ଗ୍ରାମର ଲୀମ୍ବେ ମାଣ୍ଡିଙ୍ଗା ୬୦,ସୀଙ୍ଗାରି ମାଣ୍ଡିଙ୍ଗା ୪୫,ସେକୃ ମାଣ୍ଡିଙ୍ଗା ୩୮ ଓ ତାଙ୍କ ଝିଅ ସରଜିନୀ ମାଣ୍ଡିଙ୍ଗା ୨୫ ବିରିଗୁଡ଼ା ଗ୍ରାମକୁ ଆସି ସ୍ଵାମୀଙ୍କ ଘର କାଶିପୁର ବ୍ଲକ ମୁସୁରିପଦର ଗ୍ରାମ  ଠାରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।ଏନେଇ ଗ୍ରାମରେ କୌଣସି ମେଡିକାଲ ଟିମ୍ ପହଞ୍ଚି ନଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *