କଟକ ସଦର , ୧୭/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପବିତ୍ର ବିଶ୍ୱକର୍ମା ପୂଜା ଦିନ ଜନ୍ମଗ୍ରହଣ କରିଥିବା ନବ ଭାରତର ବିଶ୍ୱକର୍ମା ଭାବେ ପରିଚିତ ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ରବିବାର ବିଶ୍ୱକର୍ମା ପୂଜା ଅବସରରେ କଟକ ସଦର ବିଜେପି ପକ୍ଷରୁ ‘ଗୋଟିଏ ମଣିଷ ଗୋଟିଏ ଗଛ’ ମିଶନ ଜରୀଆରେ ଚାରା ରୋପଣ କରାଯାଇ ଜନ୍ମଦିନ ପାଳନ କରାଯାଇଛି।
ଏହି ଉପଲକ୍ଷେ କଟକ ସଦରର ବିଜେପି ସଂଯୋଜକ ତଥା ଵିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନାଙ୍କ ତତ୍ତ୍ୱାବଧାନରେ ୪୨ ମୈ।ଜା ଉରାଳି ମଣ୍ଡଳର ସଇଁଦା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦ୍ୟ ବିଜେପିରେ ଯୋଗଦେଇଥିବା ଜଣାଶୁଣା ବିଶିଷ୍ଟ ଯୁବ ସମାଜସେବୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କ୍ଷୀରୋଦ ଚନ୍ଦ୍ର ଦଳାଇ, ପ୍ରଦୀପ ବେହେରା, ଅଶୋକ କୁମାର ସାହୁ, ଗଣେଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁକାନ୍ତ ପ୍ରଧାନ, ରାଧାକୃଷ୍ଣ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।