Sunday , October 1 2023
Home / ତାଜା ଖବର / ଓଭରଲୋଡ ଯୋଗୁ ଲକ୍ଷାଧିକ ଟଙ୍କା ତଣ୍ଡ ଗଣିଲେ ଦୁଇଟି ହାଉଓ୍ବା

ଓଭରଲୋଡ ଯୋଗୁ ଲକ୍ଷାଧିକ ଟଙ୍କା ତଣ୍ଡ ଗଣିଲେ ଦୁଇଟି ହାଉଓ୍ବା

ଖୋର୍ଦ୍ଧା,୧୬/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ରାମେଶ୍ବର ଛକ ନୁଆ ଜଗନ୍ନାଥ ସଡ଼କ ରୁ ଦୁଇଟି ହାଇୱା ଗାଡି ଓଭରଲୋଡିଂ ଚିପ୍ସ ବୋଝେଇ କରି ନେଉଥିବା ବେଳେ ନିରାକାର ପୁର ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତାଠାରୁ ଫାଇନ ଆଦାୟ କରିଛି। ଗାଡି ନମ୍ବର ଓଡି ୦୨ ଏଭି ୯୯୨୪ ଠାରୁ ୬୫ ହଜାର ଛଅଶହ ଏଵଂ ଓଡି ୦୨ ଏଭି ୧୬୭୩ ଠାରୁ ୫୪ ହଜାର ୨୦୦ ଟଙ୍କା ଫାଇନ ଆଦାୟ କରାଯାଇଛି।  ଦୁଇଟି ଗାଡ଼ି କୁ ପୋଲିସ ଖୋର୍ଦ୍ଧା ଏମଭିଆଇ କୁ ହସ୍ତନ୍ତାର କରିଛି ।ନିରାକାରପୁର ଅଞ୍ଚଳରେ ଏହି ଭଳି ପ୍ରତ୍ୟେକ ଦିନ ଓଭର ଲୋଡ୍ କରି ଗାଡି ଗୁଡିକ ଯାଉଥିବା ନଜିର ରହିଛି । ଏ ଵାଵଦରେ ପୋଲିସ ର ଢ଼ିଲା ଚେକିଙ୍ଗ ଯୋଗୁଁ ଶହ ଶହ ଗାଡି ନୂଆ ଜଗନ୍ନାଥ ସଡକ ରେ ଥାନା ବାଟଦେଇ ଯାଉଥିବା ବେଳେ ପୋଲିସ ନିରବ ଦଷ୍ଟା ସାଜି ହାତଗଣତି କେତୋଟି ଗାଡିକୁ ଯାଂଚ କରୁଥିବା ଆଲୋଚନା ହେଉଛି। ଯାହା ଫଳରେ ରାଜ୍ୟ ସରକାରଙ୍କ କୋଟି କୋଟି ରାଜସ୍ବ ହାନୀ ହେଉଥିବା ଲକ୍ଷ କରାଯାଉଛି।

Leave a Reply

Your email address will not be published. Required fields are marked *