ଭୁବନେଶ୍ୱର, ୧୬/୦୯/୨୦୨୩ (ଓଡ଼ିଶା ସମାଚାର)- ମୋ ଦେଶ ମୋ ମାଟି ’ ଅଭିଯାନ ଅନ୍ତର୍ଗତ ଦେଶ ପାଇଁ ଜୀବନ ଦେଇଥିବା “ବୀର” ସୈନ୍ୟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନ ଭୁବନେଶ୍ୱର ଜିଲ୍ଲା ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ବାସୁଆଘାଇ ଗ୍ରାମ ପଂଚାୟତ ସ୍ଥିତ କୋରଡ଼ାକୋଣ୍ଟା, କେଶୁରା ଓ ବାଙ୍କୁଆଳ ଗ୍ରାମ ରେ ଅମୃତ କଳସରେ ଚଉରା ମୂଳ ମାଟି ଦ୍ୱାର ଦ୍ୱାର ଶୋଭା ଯାତ୍ରା ରେ ଯାଇ ସଂଗ୍ରହ କରାଯାଇ ଥିଲା ଓ ଗ୍ରାମ ର ମହିଳା ମନେ ଶୋଭା ଯାତ୍ରା ରେ ଉପସ୍ଥିତ ଥିବା କାର୍ୟ୍ୟକର୍ତ୍ତା ମାନଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ ।
ଏହି କାର୍ୟ୍ୟକ୍ରମ ଟି ବିଜେପି ପ୍ରଶିକ୍ଷଣ ସେଲ ଉପାଧ୍ୟକ୍ଷା ଦିପ୍ତୀରେଖା ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବିଜେପି ପ୍ରଶିକ୍ଷଣ ସେଲ ର ସଦ୍ୟସ ରଜନୀବାଳା ଦାସ, ତୁଳସୀ ବିଶୋଇ, ବବିତା ଜେନା, ରଶ୍ମିତା ପଣ୍ଡା, ଅନିତା ପୋହି ଓ ଦିବ୍ୟ ଭାରତୀ ଜେନା ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଏକାମ୍ର ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ଅରୁଣ ପୁରୋହିତ, ବିଜେପି ନେତା ଶ୍ରୀ ପ୍ରଫୁଲ୍ଲ ସ୍ୱାଇଁ, ପ୍ରଶିକ୍ଷଣ ସେଲ ର ଅଧ୍ୟକ୍ଷ ଶ୍ରୀ ରବି ମହାରଣା ଓ ବହୁ ସଂଖ୍ୟା ରେ କାର୍ୟ୍ୟକର୍ତ୍ତା ଯୋଗ ଦେଇ କାର୍ୟ୍ୟକ୍ରମ ଟିକୁ ସଫଳ କରିଥିଲେ ।