Sunday , October 1 2023
Home / ବିଶେଷ / ଜୟ ଭାରତ ଟ୍ରଷ୍ଟ ପକ୍ଷରୁ ୨୪ ତମ ପ୍ରତିଭା ସମ୍ମାନ ଓ ବାର୍ଷିକ ଉତ୍ସବ-୨୦୨୩ ପାଇଁ ସାମ୍ବାଦିକ ସମ୍ମିଳନୀ

ଜୟ ଭାରତ ଟ୍ରଷ୍ଟ ପକ୍ଷରୁ ୨୪ ତମ ପ୍ରତିଭା ସମ୍ମାନ ଓ ବାର୍ଷିକ ଉତ୍ସବ-୨୦୨୩ ପାଇଁ ସାମ୍ବାଦିକ ସମ୍ମିଳନୀ

କଟକ ସଦର , ୧୬/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଆସନ୍ତା ୧୯ ତାରିଖ ମଙ୍ଗଳବାର ଗଣେଶ ପୂଜା ଦିନ ଜଗତପୁର ଭାରତ ଷ୍ଟୁଡିଓରେ ଅନୁଷ୍ଠିତ ହେବାକୁ ଥିବା ୨୪ ତମ ଭାରତ ପ୍ରତିଭା ସମ୍ମାନ ଏବଂ ଭାରତ ମସଲାର ବାର୍ଷିକ ଉତ୍ସବ ୨୦୨୩ ପାଳନ ପାଇଁ କଟକ ବାରବାଟୀ ଷ୍ଟାଡିୟମ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କ୍ଲବ ହାଉସ ଠାରେ ଏକ ବଡଧରଣର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ଟ୍ରଷ୍ଟି ପ୍ରଫୁଲ୍ଲ ସିଂହ,ଜିଏମ୍ (ଫାଇନାନ୍ସ) ଅଶ୍ୱିନୀ କୁମାର ଦାସ, ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଫାଉଣ୍ଡେସନର କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିଥିଲେ। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯିବାକୁ ଥିବାବେଳେ ଏଥିରେ ଯୁବ ବୈଜ୍ଞାନିକ ଡଃ ଶେଷ କିଶାନଙ୍କୁ ‘ଭାରତ ଗୈ।ରଵ’ ,ବିଶିଷ୍ଟ ଲେଖିକା ବନଜା ଦେବୀଙ୍କୁ ‘ କଥା ଭାରତ’,ସଦଗୁରୁ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରଦୀପ କୁମାର ମହାନ୍ତିଙ୍କୁ ‘ସେଵା ଭାରତ’, ଭାରତୀୟ କ୍ରିକେଟିୟର ‘ସୁଭ୍ରାଶୁଂ ସେନାପତିଙ୍କୁ ‘କ୍ରିଡା ଭାରତ’, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରେମ୍ ଆନନ୍ଦଙ୍କୁ ‘ସଂସ୍କୃତି ଭାରତ’ ସହିତ ଯୁକ୍ତ ଦୁଇରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଜ୍ଞାନରେ ସବ୍ୟସାଚୀ ପାତ୍ର, ବାଣିଜ୍ୟରେ ମିତ୍ରଵର ସିଂହ,କଳାରେ ହିମାଂଶୁ ପାତ୍ରଙ୍କୁ ‘ଵିଦ୍ୟା ଭାରତ’ ସମ୍ମାନରେ ସମ୍ମାନିତ କରାଯିଵ ଵୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *