Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣାକୁ ୧୨ଦିନ ପୁରିଲା

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣାକୁ ୧୨ଦିନ ପୁରିଲା

ଆନ୍ଦୋଳନରେ ସାମିଲ ହେଲା ବିଜେପି
କେନ୍ଦ୍ରାପଡ଼ା, ୧୬/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଦ୍ୱାଦଶ ଦିନରେ ପହଂଚିଛି । କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଦାବି ଦିନକୁ ଦିନ ତୀବ୍ର ହେଉଥିବା ବେଳେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବା ଜିଲାବାସୀଙ୍କୁ ବିସ୍ମିତ କରିଛି । ଗତକାଲି କେନ୍ଦ୍ରାପଡାର ବର୍ତମାନ ଓ ପୂର୍ବତନ ବିଧାୟକମାନେ ଗଣଧାରଣାରେ ଉପସ୍ଥିତ ହେବା ପରେ ଆଜି ଜିଲା ବିଜେପି ଆନ୍ଦୋଳନରେ ନିଜକୁ ସାମିଲ କରିଛି । ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣାରେ ବିଜେପି ଜିଲା ସଭାପତି କିଶୋର ପଣ୍ଡା, ସମ୍ପାଦକ ଅଭିମନୁ୍ୟ ଗୋଛାୟତ, କାର୍ଯ୍ୟକାରିଣୀ ସଭ୍ୟ ବିଷ୍ଣୁ ଦାସ, ସୁନାକର ବେହେରା, ଶୋଭନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ହୋଇ ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରସଂଶା କରିବା ସହ ଏହି ଦାବି ପୁରଣ ହେବା ପର୍ଯ୍ୟନ୍ତ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଦଳ ସବୁ ମତେ ସାହାଯ୍ୟ ସହଯୋଗ କରିବ ବୋଲି ଘୋଷଣା କରିଥିଲେ । ଗଣଧାରଣାସ୍ଥଳରେ ସବୁଦିନ ପରି ଆଜି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ବୈକୁଣ୍ଠନାଥ ପରିଡା, ଶିକ୍ଷକନେତା କାଶିନାଥ ରାଉତରାୟ, ଗୋଲକ ଚନ୍ଦ୍ର ମହାଭୋଇ , ନରୋତମ ଜେନା, କୁଳମଣୀ ନାୟକ, ଅମରେନ୍ଦ୍ର ଦାସ, ମହମ୍ମଦ ଜଲାଲଉଦ୍ଧିନ, ଶ୍ରୀଧର ମହାନ୍ତି, ସୁହାନା ବିବି, ଭରତ ଚରଣ ସାହୁ, ନିରୁପମା ଦାସ, ପ୍ରିୟଦର୍ଶିନୀ ନନ୍ଦ, ଧିରେନ୍ଦ୍ର ଶତପଥୀ, ନାରାୟଣ ପ୍ରସାଦ ସିଂହ, ସାମ୍ବାଦିକ ଚିତରଞ୍ଜନ ଦାସ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ଆଦିକନ୍ଦ ରାଉଳ, ଗୟାଧର ଧଳଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତାମାନେ କେନ୍ଦ୍ରାପଡା ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ତୀବ୍ର ନିନ୍ଦା କରିଥିଲେ । ପ୍ରମୁଖ ଯୋଗଦେଇ ଉପସ୍ଥିତ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ସେମାନଙ୍କର ପୂର୍ଣ୍ଣ ସହଯୋଗ କାମନା କରି ନିବେଦନ କରିଥିଲେ । ଶିକ୍ଷାବିତ ଶ୍ରୀଚରଣ ସାମଲ, ଦିଲ୍ଲିପ ସାହୁ, ମାନସ ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ଚିତରଞ୍ଜନ ସ୍ୱାଇଁ, ସୌମେନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସେମାନେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସାହାଯ୍ୟ ଓ ସହଯୋଗ କରିଚାଲିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଆସନ୍ତା ୧୭ତାରିଖ ଦିନ ଗଣଧାରଣାର ଦାୟୀତ୍ୱ କେନ୍ଦ୍ରାପଡା ବ୍ଲକ ବହନ କରିବ ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *