ଯାଜପୁର,୧୫/୦୯/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର): ବିବେକାନନ୍ଦ ଜେନା ବିଜେପି ରାଜ୍ୟ ଓବିସି ମୋର୍ଚା ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ୍ ପଂଚାୟତର ଏହି ଯୁବନେତା ଆଜକୁ ଦୀର୍ଘଦିନ ହେବ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରି ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଜଣେ ଦକ୍ଷ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବେ ଜଣାଶୁଣା ,ବିଜେପି ପାଇଁ ମଧ୍ୟ ଦୃଢ଼ ସଂଗଠକ ଓ ସଂଘ ପରିବାରର ବ୍ୟକ୍ତି ଭାବେ ସର୍ବଦା କାର୍ଯ୍ୟ ତୁଲାଇ ଆସିଛନ୍ତି । ଗତ କାର୍ଯ୍ୟକାଳ ସମୟରେ ନିଜର ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବା ସହିତ ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଓଡିଶା ସାରା କାର୍ଯ୍ୟ କରିଥିଲେ । ଦାୟିତ୍ବ ପାଇବା ପରେ ତାଙ୍କ ସମର୍ଥକଙ୍କ ଭିତରେ ଖୁସିର ମାହୋଲ ଖେଳିଯାଇଛି । ଏହି ଦାୟିତ୍ବ ପାଇବା ପରେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଭାଜପା ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।