କଟକ ସଦର, ୧୫/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ଆଜକୁ କିଛି ଦିନ ହେଲା ଵିଜେଡି ଵିଜେଡି ମଧ୍ୟରେ ଗୋଷ୍ଠୀ ଵିଵାଦ ଲାଗି ରହିଥିଵା ବେଳେ ଗତକାଲି ଗୁରୁବାର ରାତିରେ ସନ୍ତୁଷ୍ଟ ଅସନ୍ତୁଷ୍ଟ ମିଶି ଫୋଟକା ଫୁଟାଇ ପତିଆରା ଜାହିର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ ଗୋଷ୍ଠୀ ଵିଵାଦର ସମାଧାନ ପାଇଁ ସେହି ଗୁରୁବାର ଦିନ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, ଉକ୍ତ ପଞ୍ଚାୟତର ବାସିନ୍ଦା, ଉକ୍ତ ୭ ନମ୍ବର ଜୋନର ଵିଜେଡି ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସଦର ଵିଜେଡି ସଭାପତି ପ୍ରମୋଦ ମହାପାତ୍ର,କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା ପ୍ରମୁଖ ପଞ୍ଚାୟତକୁ ଯାଇଁ ଵିଵାଦକୁ ପ୍ୟାଚ୍ ପକାଇ ଯାଇଥିବା ବେଳେ ରାତିରେ ପ୍ୟାଚ୍ ଖୋଲିଯାଇ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଫୋଟକା ଫୁଟାଇ ଅସନ୍ତୋଷ ଜାହିର କରାଯାଇଛି। ଫୋଟକାକୁ ବୋମାର ରୂପ ଦିଆଯାଉଥିବାକୁ ନେଇ ପଞ୍ଚାୟତଵାସୀ, ସରପଂଚ ଓ ସମିତି ସଭ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ତଦନ୍ତକାରୀ ଅଧିକାରୀ ଆଇଆଇସି ରଶ୍ମି ରଞ୍ଜନ ଦାସ ୨୦୯/୨୦୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏଥିପ୍ରତି ହାଲୁକା ପଦକ୍ଷେପ ନିଆଗଲେ ଆଗାମୀ ଦିନରେ ଅଶାନ୍ତ ପରିସ୍ଥିତି ବିସ୍ପୋରକ ମୋଡ଼ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ମତପ୍ରକାଶ ପାଉଛି ।
Home / ବିଶେଷ / ପ୍ରହରାଜପୁର ପଞ୍ଚାୟତରେ ଵିଜେଡିର ଗୋଷ୍ଠୀ ଵିଵାଦ ପଦାରେ ପଡ଼ିଲା, ସନ୍ତୁଷ୍ଟ ଅସନ୍ତୁଷ୍ଟ ମିଶି ଫୋଟକା ଫୁଟାଇ ପତିଆରା ଜାହିର କଲେ