ଖୋର୍ଦ୍ଧା,୧୫/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଦ୍ବାରା ୩୦ ଲିଟର ମଦ ଜବତ ହୋଇଛି। ଓଡି ୧୩ ଇ ୬୭୯୩ ନମ୍ବର ଅଟୋରେ ମଦ ଚାଲାଣ ହେଉଥିବା ବେଳେ ନିରାକାରପୁର ପୋଲିସ ପାଟ୍ରୋଲିଂ ବେଳେ ଧରିଥିଲା।
ଅଟୋ ରେ ଥିବା ଦେଶି ବିଦେଶି ମଦର ପରିମାଣ ୩୦ ଲିଟର ବୋଲି ସୂଚନା ଦେଇଛି ନିରାକାରପୁର ପୋଲିସ। ଏ ନେଇ ୨୨୧/୨୩ ରେ ଏକ ମାମଲା ରୁଜୁ ହୋଇ ଜଣକୁ ଗିରଫ ସହ ଅଟୋ ଓ ସମସ୍ତ ମଦ ଜବତ କରିଛି ପୋଲିସ। ଗିରଫ ଜଣକ ଜଂକିଆ ଥାନା ଓଳସିଂହ ଗ୍ରାମ ର ପ୍ରକାଶ ଖଟୁଆଳ ବୋଲି ଜଣାପଡିଛି।