Friday , September 22 2023
Breaking News
Home / ତାଜା ଖବର / ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ଙ୍କୁ ହତ୍ୟାକରି କୂଅରେ ପକାଇ ଦେଲେ

ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ଙ୍କୁ ହତ୍ୟାକରି କୂଅରେ ପକାଇ ଦେଲେ

କେନ୍ଦୁଝର,୧୪/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା କରାଯାଇଛି। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ । ମଙ୍ଗଳବାର ରାତିରେ କେହି ଦୁର୍ବୁତ୍ତ ଉଭୟଙ୍କୁ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ମୟୂରନଚା ଗ୍ରାମରେ ରହୁଥିଲେ । ବୁଧବାର ଗାଁ ଲୋକ ତାଙ୍କ ଘରକଚ ଯାଇଥିବାବେଳେ ଘରେ କେହି ଲୋକ ନଥିଲେ । ଘରେ କେହି ଡ଼ାକ ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ।ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଶବ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ସୋସୋ ଥାନାପୁଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଚଳାଇଛି । ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଅଭିଯୁକ୍ତଙ୍କର ଏଯାଏଁ କୌଣସି ଟେର୍ ମିଳିନି ।

Leave a Reply

Your email address will not be published. Required fields are marked *