Friday , September 22 2023
Breaking News
Home / ରାଜନୀତି / କଟକ ସଦର ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ି ହେଲେ ଶ୍ରୀମନ୍ତିନୀ ବେହେରା

କଟକ ସଦର ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ି ହେଲେ ଶ୍ରୀମନ୍ତିନୀ ବେହେରା

କଟକ ସଦର , ୧୪/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ,କଟକ ସଦର ସଂରକ୍ଷିତ ବିଧାନସଭା ଆସନରୁ ଆଶାୟୀ ବିଜେପି ପ୍ରାର୍ଥୀଙ୍କ ତାଲିକା ସେତିକି ଲମ୍ବା ହେଵାରେ ଲାଗିଛି।୨୦୦୯ ବିଧାନସଭା ପୁନଃର୍ଗଠିତ ହେବା ପରଠାରୁ ଉକ୍ତ ସଂରକ୍ଷିତ ବିଧାନସଭା ଆସନରୁ ଲଗାତାର ତିନିଥର ବିଜେପିକୁ ପରାସ୍ତ କରି ଵିଜେଡି ବିଜୟୀ ହୋଇଥିବା ବେଳେ ୨୦୨୪ ରେ ବିଜେପି ଏହି ଆସନ ଅକ୍ତିଆର କରିବାକୁ ଏବେ ଠାରୁ ପ୍ରାଣମୁର୍ଛା ଉଦ୍ୟମ ଆରମ୍ଭ କରିଛି। ଏହି ଆସନରୁ ଜନୈକ ରାଜ୍ୟସ୍ତରୀୟ ବିଜେପି ନେତା ଦିଲ୍ଲିପ ମଲ୍ଲିକ ପ୍ରାର୍ଥୀ ହୋଇ ତିନି ଥର ଯାକ ହାରିଥିଵାରୁ ୨୦୨୪ ରେ ଦଳ ପ୍ରାର୍ଥୀ ବଦଳାଇବା ସନ୍ଧାନରେ ଅଛି। ଏହା ଜଣାପଡିବା ପରେ ଜନୈକ ଏନଜିଓ ମାଲିକ ପ୍ରଦୀପ ବେହେରା ଟିକେଟ ଆଶାରେ ଵିଜେଡି ଛାଡି ବିଜେପିରେ ଯୋଗଦେବାର କିଛିଦିନ ପରେ ଆଉଜଣେ ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ ବିଜେପିରେ ସାମିଲ ହୋଇଛନ୍ତି। ହେଲେ ୨୦୧୯ ରେ ଵିଜେଡି ଛାଡି କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା ବିଜେପିରେ ଯୋଗଦେଇ ସେବେଠାରୁ ଟିକେଟ ଲବିରେ ରହି କେନ୍ଦ୍ର ଓ ରାଜ୍ୟ ନେତୃମଣ୍ଡଳୀଙ୍କ ସହିତ ଯୋଗାଯୋଗରେ ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ତିନୀ ଙ୍କ ସହିତ ସେତେବେଳେ ଆଉ ଦୁଇ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା ଓ ସତ୍ୟ ଜେନା ମଧ୍ୟ ଵିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ହେଲେ ଟିକେଟ ଆଶାୟୀଙ୍କ ମଧ୍ୟରୁ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାକୁ କେବଳ ଦେଖିବାକୁ ଅପେକ୍ଷା ରହିଛି ।

Leave a Reply

Your email address will not be published. Required fields are marked *