Friday , September 29 2023
Breaking News
Home / ବିଶେଷ / ‘ଆକାଉଣ୍ଟିଂ’ ବ୍ୟବସାୟରେ ସୁଗମତା ଆଣେ’ଆଇସିଏସି’,  ‘ମୋ କଲେଜ’ ମିଳିତ ଉଦ୍ୟମରେ ‘ସିଏ’ କ୍ୟାରିୟର କାଉନସେଲିଂ

‘ଆକାଉଣ୍ଟିଂ’ ବ୍ୟବସାୟରେ ସୁଗମତା ଆଣେ’ଆଇସିଏସି’,  ‘ମୋ କଲେଜ’ ମିଳିତ ଉଦ୍ୟମରେ ‘ସିଏ’ କ୍ୟାରିୟର କାଉନସେଲିଂ

ଭୁବନେଶ୍ୱର, ୧୪/୦୯/୨୦୨୩ (ଓଡ଼ିଶା ସମାଚାର)-ପ୍ରଭାବଶାଳୀ ଯୋଗାଯୋଗ ନିମନ୍ତେ ଭାଷା ଜରୁରୀ ହେଲା ପରି ‘ଆକାଉଣ୍ଟିଂ’ ସୁଗମ ବ୍ୟବସାୟର ଏକ ମାଧ୍ୟମ । ଅର୍ଥନୈତିକ ହିସାବନିକାସ, ବ୍ୟବସାୟିକ ଲାଭ କ୍ଷତି, ଟାକ୍ସ ସମ୍ପର୍କିତ ସୂଚନା, ଅଟୋମେସନ ଆଦି ଭଳି ବିଷୟ ନିମନ୍ତେ ଜଣେ ଅଭିଜ୍ଞ ଚାଟାର୍ଡ଼ ଆକାଉଣ୍ଟାଣ୍ଟଙ୍କୁ ଖୋଜା ପଡ଼େ । ତେବେ ଏ କ୍ଷେତ୍ରରେ କ୍ୟାରିୟର କରିବାକୁ ଆଶାବାଦୀ ବିଦ୍ୟାର୍ଥୀଙ୍କୁ ନିରନ୍ତର ଉଦ୍ୟମ କରିବା ସହ ତତ ସମ୍ପର୍କିତ ଜଡ଼ିତ ପାଠ୍ୟକ୍ରମ ଓ ପରାମର୍ଶକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଗୁରୁବାର ‘ଦା ଇଷ୍ଟିଚ୍ୟୁଟ ଅଫ ଚାଟାର୍ଡ଼ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏସି)’ ଏବଂ ‘ମୋ କଲେଜ ଅଭିଯାନ’ ମିଳିତ ଆନୁକୂଲ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ସିଏ’ ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମଞ୍ଚସ୍ଥ ଅତିଥିଗଣ ଏପରି ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ । କଠିନ ପରିଶ୍ରମ ଓ ପ୍ରତିବଦ୍ଧତାକୁ ଅସ୍ତ୍ର କରି ଲକ୍ଷ ହାସଲ ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୃଥ୍ଵୀ ରଞ୍ଜନ ପାଢ଼ୀ ‘ସିଏ’ କ୍ୟାରିୟର ବାବଦରେ ପ୍ରମୁଖ ବାର୍ତ୍ତା ରଖିଥିଲେ । କଲେଜ ପକ୍ଷରୁ ମୋ କଲେଜ ସଂଯୋଜକ ଡ. ସମ୍ପ୍ରିତି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ଜିଏମ ଖାନ, ଉପାଧ୍ୟକ୍ଷା ଡ. ମଧୁବ୍ରତା ଶତପଥି, ଆଇସିଏସି ଭୁବନେଶ୍ୱରର ଅଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ, ଇଆଇସିଏସଏର ଉପାଧ୍ୟକ୍ଷ ସିଏ ଗଗନ ବିହାରୀ ଦାସ, ପରିଚାଳନା କମିଟି ସଦସ୍ୟ ସିଏ ଜାହ୍ନବୀ ଦେଓ, ‘ମୋ କଲେଜ’ ସହସଂଯୋଜକ ଡ. ପୁଷ୍ପାଞ୍ଜଳି ସାହୁ ଓ ଡ. ସ୍ମୃତିରଞ୍ଜନ ସାହୁ, କ୍ୟାରିୟର କାଉନସେଲିଂ ସେଲର ସହସଂଯୋଜକ କଲ୍ୟାଣୀ ବିଶ୍ୱାଳ ପ୍ରମୁଖ ମଞ୍ଚସୀନ ରହି ବକ୍ତବ୍ୟ ରଖିଥିଲେ । ପରେ ବିଷୟ ବିଶେଷଜ୍ଞ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିଶେଷରେ କ୍ୟାରିୟର କାଉନସେଲିଂ ସେଲର ସଂଯୋଜକ ଡ. ଲିପ୍ସା ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *