କେନ୍ଦ୍ରାପଡ଼ା,୧୩/୦୯/୨୦୨୩(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ଟିଭିଏସରେ ବ୍ୟାଟେରୀ ଚାଳିତ ଗାଡିର ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଆଜି ମଧ୍ୟାହ୍ନରେ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ପରିସରରେ କେନ୍ଦ୍ରାପଡାର ଗ୍ୟାରେଜମାଲିକ ଓ ମେକାନିକମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।
ଏଥିରେ ଟିଭିଏସ ମୋଟର କମ୍ପାନୀର ଦକ୍ଷ ପ୍ରଶିକ୍ଷକ ମନମୋହନ ଯାଦବ ଯୋଗଦେଇ ବିଏସ-୬ ଗାଡି ବାବଦରେ ସହଜ ଓ ସରଳ ଉପାୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । କମ୍ପାନୀ ମ୍ୟାନେଜର ସୁବ୍ରତ ସାହୁ ଯୋଗଦେଇ ଇଭି ଗାଡିର ବିଶେଷତଃ ଭଏସ ଆସିଷ୍ଟା, ବ୍ଲୁଟୁଥ, ନାଭିଗେସନ, ପାର୍କିଂ ମୋଡରେ ଫରୱାର୍ଡ ଓ ରିଭର୍ସ ଇତ୍ୟାଦି ରଖାଯାଇଥିବା ସମ୍ପର୍କରେ ବୁଝାଇଥିଲେ । ଏହା କିପରି ଚାଳକମାନଙ୍କ ପାଇଁ ବହୁତ ଉପଯୋଗ ହୋଇପାରିଛି ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ । ଏହି ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମରେ ଟିଭିଏସ ମୋଟର କମ୍ପାନୀର ନୂତନ ଗାଡି ବ୍ୟାଟେରୀ ଚାଳିତ ଟିଭିଏସ ଆଇକୁ୍ୟବ୍ କୁ ଉଦଘାଟନ କରାଯାଇଥିଲା ।
ଶେଷରେ ସମୀର ମୋଟର୍ସର ଡାଇରେକ୍ଟର ସମୀର କୁମାର ଚାନ୍ଦ କେନ୍ଦ୍ରାପଡାରେ ପ୍ରଥମ ଥର ବ୍ରାଣ୍ଡେଡ କମ୍ପାନୀର ଇଭି ଲଂଚ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲାବାସୀ ପ୍ରଦୁ୍ୟଷଣମୁକ୍ତ ହୋଇପାରିବେ ଏବଂ ଏହି ଜିଲ୍ଲାକୁ ଏକ ଗ୍ରୀନ ଜୋନରେ ପରିଣତ କରିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର ଲକ୍ଷ୍ମୀକାନ୍ତ ବେହେରା, ସୁଶାନ୍ତ ମହାନ୍ତି, ବଳରାମ ସେଠୀ, ନାରାୟଣ ପଣ୍ଡା, ଅନିଜା ଜେନା, ଦିପ୍ତିମୟୀ ସେଠୀ, ସୋନାଲି ଦାସ, କ୍ଷିତିଶ କର, ସନାତନ ମଲ୍ଲିକ, ସିଦ୍ଧାନ୍ତ ସେଠୀ, ସମାପ୍ତି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।