Friday , September 29 2023
Breaking News
Home / ଶିକ୍ଷା / କଟକ ସଦର ବିଧାୟକ ଙ୍କ କିଶନନଗର କଲେଜ ପରିଦର୍ଶନ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା

କଟକ ସଦର ବିଧାୟକ ଙ୍କ କିଶନନଗର କଲେଜ ପରିଦର୍ଶନ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା

କଟକ ସଦର ,୧୩/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜକୁ ଆଜି ବୁଧବାର ଦିନ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ପରିଦର୍ଶନ କରିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।୫-ଟି ରେ ରୂପାନ୍ତରିତ ହୋଇଥିବା କଲେଜର ନିର୍ମାଣ,ସୈ।ନ୍ଦର୍ଯ୍ୟକରଣ କାର୍ଯ୍ୟ ଯଥା ସମୟରେ ଆରମ୍ଭ କରାଯାଇ ଶେଷ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିବା ବେଳେ ପ୍ରବେଶ ପଥରେ ଥିବା ଆଜବେଷ୍ଟସ ଘର ସବୁ ଭାଙ୍ଗି ନୂତନ କୋଠା ସହିତ ଆବଶ୍ୟକତା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି କହିଥିଲେ। ସମୀକ୍ଷା ବୈଠକରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭୟ କୁମାର ସ୍ୱାଇଁ, ବରିଷ୍ଠ ଅଧ୍ୟାପକ ଶାରଦା ପ୍ରସାଦ ମହାପାତ୍ର, ହିସାବ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି, ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ, ପବିତ୍ର ସାହୁ,ରୁସ୍ତମ ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *