Sunday , October 1 2023
Home / କୃଷି / ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧିକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ 

ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧିକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ 

 ଯାଜପୁର,୧୨/୦୯/୨୦୨୩ (ଓଡ଼ିଶା ସମାଚାର /ସୁରେଶ  କୁମାର କର ): ଯାଜପୁର ବ୍ଲକ  ସୁଜନପୁର ଗ୍ରାମ ପଂଚାୟତ କାର୍ଯ୍ୟାଳରେ  ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧ କରଣ ନିମନ୍ତେ ଏକ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଜନପୁର ସରପଞ୍ଚ ବିଷ୍ନୁପ୍ରିୟା ମହାକୁଡ଼ , ଡ଼. ପରେଶ କୁମାର ପଣ୍ଡା  ବ୍ଲକ କୃଷି ଅଧିକାରୀ ଯାଜପୁର, ଶ୍ରୀ ଅଶୋକ କୁମାର ମହାରଣା, ଆଦର୍ଶ ଓଡିଶା, ଶ୍ରୀମତୀ ଅନିତା ମଞ୍ଜରୀ ପଲେଇ ସମ୍ପ୍ରସାରଣ ଅଧିକାରୀ  ଗ୍ରାମ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁଜନପୁର ଗ୍ରାମ ପଂଚାୟତରେ ଥିବା ଚାଷୀ ମାନଙ୍କୁ  ଏହି ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ  ଅବଗତ କରାଇଥିଲେ । ଗୋ ସୁଗମ, ଚାଷୀଙ୍କ ପାଇଁ ସରକାରଙ୍କର ଥିବା ସମସ୍ତ ଯୋଜନା କିପରି ସଠିକ କାର୍ଯ୍ୟକରି ହେବ ସେ ପ୍ରତି ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *