ନିଶ୍ଚିନ୍ତକୋଇଲି , ୧୧/୦୯/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ବିଜେପି ପକ୍ଷରୁ ଆଜି ପାଳଦା, ସାନ୍ତପୁର ଓ ନେମାଳ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ଅନୁସୂଚିତ ଜାତି ର ସଂଯୋଜକ ପ୍ରଦୀପ ବେହେରା ଙ୍କ ନେତୃତ୍ୱ ରେ ବହୁସଂଖ୍ୟାରେ କର୍ମୀ ଏଥିରେ ସାମିଲ ହୋଇଥିଲେ । ୨୪ ବର୍ଷର ବିଜେଡି ସରକାର ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଦୁର୍ନୀତି ଚରମସୀମା ରେ ପଂହଁଚିଥିବା, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରିବା ସହ ପ୍ରିୟାପ୍ରୀତି ତୋଷଣ କରି ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ,ଜଳ ଜୀବନ ଯୋଜନା କୁ ବସୁଧା ନାମରେ ନାମିତ କରି ଲୋକଙ୍କୁ ଭ୍ରମିତ କରୁଥିବା ନେଇ କର୍ମୀମାନେ ଅଭିଯୋଗ କରିଥିଲେ ।
ବିକ୍ଷୋଭ ରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ରାଜ୍ୟ ମୋର୍ଚ୍ଚା ସଂଯୋଜକ ଲିଙ୍ଗରାଜ ମଲ୍ଲିକ,ନେମାଳ ମଣ୍ଡଳ ପ୍ରଭାରୀ ନିର୍ମଳ ଦାସ ଏବଂ ମନ୍ମଥ ସ୍ୱାଇଁ, ଚିତ୍ତ ରଞ୍ଜନ ସ୍ୱାଇଁ, ଦେବବ୍ରତ ମହାନ୍ତି, ନକୁଳ ଜେନା, ବିଜୟ କୃଷ୍ଣ ବରାଳ ସମତେ ବହୁ କର୍ମୀ ଯୋଗଦେଇଥିଲେ ।