Sunday , October 1 2023
Breaking News
Home / କୃଷି / ଭୂଷଳ ସେବା ସମବାୟ ସମିତି ଗୃହ ଉଦଘାଟନ

ଭୂଷଳ ସେବା ସମବାୟ ସମିତି ଗୃହ ଉଦଘାଟନ

ଗୋଦାମ ଓ ବ୍ୟାଙ୍କ ଗୃହ ପାଇଁ ମନ୍ତ୍ରୀଙ୍କୁ ନିବେଦନ

ଭୁବନ , ୦୨/୦୯/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ଉତ୍ସବ ହୋଇଯାଇଛି । ଏ ୟୁ ସି ସି ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହ କୁ ଉଦଘାଟନ କରିଥିଲେ। ଭୂଷଳ ସେବା ସମବାୟ ସମିତି ସଭାପତି ସହଦେବ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା କହିଥିଲେ ଯେ,ପୂର୍ବ ବର୍ଷ ମାନଙ୍କରେ ଚାଷୀ ଭାଇ ମାନେ ସାର,ଔଷଧ ପାଇଁ ବହୁତ ହଇରାଣ ହେଉଥିଲେ । ଅଧିକ ପଇସା ଦେଇ ବ୍ଲାକ ରେ କିଣିବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଚଳିତ ବର୍ଷ ମାର୍କଫେଡ୍ ଜରିଆରେ ଆବଶ୍ୟକତା ଠାରୁ ଅଧିକ ସାର, ଔଷଧ ଯୋଗାଇ ଦିଆଯାଉଛି । ତେବେ ଭୁବନ ବ୍ଲକ ର ୧୦ ଟି ସେବା ସମବାୟ ସମିତି ଥିଲାବେଳେ ସ୍ଥାୟୀ ଗୋଦାମ ଗୃହ ନାହିଁ , ତା ସହିତ ଦୀର୍ଘ ଦିନ ହେଲା ଏ ୟୁ ସି ସି ବ୍ୟାଙ୍କ ଭଡ଼ା ଘରେ ଚାଲିଛି । ଚାଷୀ ଭାଇ ମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗୋଦାମ ଗୃହ ଏବଂ ବ୍ୟାଙ୍କ ଗୃହ ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦୃଷ୍ଟି ଦେବାକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡି ଆର୍ ସି ଏସ ରୋଜାଲିନ ଜେନା, ଏ ଆର ସି ଏସ ଅନିଲ ରଥ, ଏ ୟୁ ସି ସି ବ୍ୟାଙ୍କ,ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ,ସୁପରଭାଇଜର କ୍ଷୀରୋଦ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ପାଦକ ସୁଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *