– ଦୃଷ୍ଟିବାଧିତ ଓ ମୁକ-ବଧୀରଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ୩୧/୦୮/୨୦୨୩ (ଓଡ଼ିଶା ସମାଚାର)-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ର ଅନ୍ଲାଇନ୍ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ରେକର୍ଡ ସଂଖ୍ୟକ ଅଂଶଧାରକ (ସେୟାରହୋଲଡର) ଏବଂ ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ । ଏଜିଏମ୍ରେ ବହୁ ସଂଖ୍ୟାରେ ସେୟାରହୋଲଡର ଯୋଡ଼ିହେବା ସହ ପୂର୍ବରୁ ଥିବା ସବୁ ରେକର୍ଡ ଏଥର ଭଙ୍ଗ ହୋଇଛି । ୨୦୨୨ରେ ଅନୁଷ୍ଠିତ ଆରଆଇଏଲ୍ ର ଏଜିଏମ୍ରେ ପ୍ରାୟ ୩ ଲକ୍ଷ ୯୦ ହଜାର ଲୋକ ସାମିଲ ହୋଇଥିଲେ । କୋଭିଡ୍ ମହାମାରୀ ସମୟରୁ କମ୍ପାନୀ ଭର୍ଚୁଆଲ୍ ମାଧ୍ୟମରେ ଏଜିଏମ୍ ଆୟୋଜନ କରୁଛି ।
ଲକ୍ଷ ଲକ୍ଷ ଅଂଶଧାରକ ଯେଭଳି ସୁବିଧାରେ ଏଜିଏମ୍ରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ କଂପାନି ପକ୍ଷରୁ ବିଭିନ୍ନ ବୈଷୟିକ ବ୍ୟବସ୍ଥା କରାଯାଇଥିଲା । ଭିଡିଓ କଲିଂ ଆପ୍ ‘ଜିଓମିଟ୍’ ରେ ଅନୁଷ୍ଠିତ ହୋଇଥିବା କଂପାନିର ଏଜିଏମ୍ ପାଇଁ ମୁକବଧୀରମାନଙ୍କ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥଲା । ଅଂଶଧାରକମାନଙ୍କ ସାମ୍ନାରେ କମ୍ପାନୀ ଯେଉଁ ସବୁ ପ୍ରସ୍ତାବ ରଖିଥିଲା ତାହାକୁ ସାଙ୍କେତିକ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଥିଲା ।
ପଞ୍ଜାବର ଲୁଧିଆନା ସହରରୁ ଏଜିଏମ୍ରେ ଯୋଡ଼ି ହୋଇଥିବା ଦୃଷ୍ଟିବାଧିତ ଅଂଶଧାରକ ଲାଲ ସିଂହ ଠାକୁର ନିଜ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ ‘ରିଲାଏନ୍ସ ପକ୍ଷରୁ ଏଜିଏମ୍ ପାଇଁ ମୁକ-ବଧୀର ଓ ଦୃଷ୍ଟିବାଧିତ ମାନଙ୍କ ପାଇଁ ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ଅଂଶଧାରକ ଭାବେ ମୁଁ ମୋ କଥା କମ୍ପାନୀ କର୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିପାରିଥିଲି ଏବଂ ଏଥିପାଇଁ କୌଣସି ଅସୁବିଧା ହୋଇନଥିଲା ।’’
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ପ୍ରବକ୍ତା କହିଛନ୍ତି ଯେ, “ଅଧିକରୁ ଅଧିକ ଅଂଶଧାରକ ଏଜିଏମ୍ରେ ସାମିଲ ହେବା କମ୍ପାନୀ ପ୍ରତି ସେମାନଙ୍କ ରହିଥିବା ବିଶ୍ୱାସକୁ ଦର୍ଶାଉଛି । ଜିଓମିଟ୍ରେ ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଯୋଡ଼ି ହେବା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ ବଡ଼ ଉପଲବ୍ଧି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଆମ ବୈଷୟିକ ଟିମ୍ ଦିନରାତି କାର୍ଯ୍ୟ କରିଥିଲେ ।’’