Friday , September 22 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଝୁଲଣ ଉତ୍ସବ   ଉଦଯାପିତ

ଝୁଲଣ ଉତ୍ସବ   ଉଦଯାପିତ

 ଗରଦପୁର, ୩୧/୦୮/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ଝୁଳଣ ଉତ୍ସବ ଉଦଯାପିତ ହୋଇଯାଇଛି । ରାଧା କୃର୍ଷ୍ଣ ଯୁଗଳ ମୂର୍ତିଙ୍କୁ ସୁସଜିତ ବିମାନରେ ବସାଇ ଝୁଲଣ ମଣ୍ଡପରେ ଝୁଲାଇବା ସହିତ ଗ୍ରାମର ଶ୍ରଦ୍ଧାଳୁ, ମହିଳା ଓ ପୁରୁଷ ଙ୍କ ଉପସ୍ଥିତିରେ ଭଜନ କୀର୍ତନ କରାଯାଇଥିଲା । ଚାରିଦିନ ଧରି ଅନୁଷ୍ଠିତ ହେଉଥିବା ଝୁଲଣ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଝୁଲଣ ପରେ ଝୁଲଣ ଉତ୍ସବ ଉଦଯାପିତ ହୋଇ ଯାଇଛି ।

ସେହିପରି ପାଟକୁରାସ୍ଥିତ ଶ୍ରୀକହ୍ନେଇଲାଲଜୀଉଙ୍କ ମଠରେ ତିନି ଦିନ ବ୍ୟାପି ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମଙ୍ଗଳବାର ଦିନ ଠାକୁରଙ୍କୁ ଝୁଲଣ ମଣ୍ଡପକୁ ଅଣାଯାଇ ଝୁଲଣ କରାଯାଇଥିଲା ।  ସୁ-ସଜ୍ଜିତ ଝୁଲଣମଣ୍ଡପରେ ପାରମ୍ପାରିକ ଭାବରେ ଶ୍ରୀ କହ୍ନେଇଲାଲଜୀଉ ,ରାଧିକା ଓ ଦୁତିକାଙ୍କୁ ବିଜେ କରାଯାଇ ଝୁଲଣ କରାଯାଇଥିଲା । ଝୁଲଣ ସମୟରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଝୁଲଣ କରିଥିଲେ । ଝୁଲଣ ସମୟରେ କିର୍ତନ,ଭଜନ ଆଦି ପରିବେଷଣ କରାଯାଇଥିଲା । କହ୍ନେଇଲାଲଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ଏହି ଝୁଲଣ ଉତ୍ସବ ଉଦଯାପିତ୍ ହୋଇଯାଇଛି ।

Leave a Reply

Your email address will not be published. Required fields are marked *