କଟକ ସଦର, ୨୪/୦୮/୨୦୨୩ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜାର ଅଗ୍ରଣୀ ଦଧିବାମନପୁର କୃଷକ ସେଵା ସମବାୟ ପକ୍ଷରୁ ସମିତି ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତିର ସଭାପତି ତଥା ରାଜ୍ୟର ଜଣେ ଜଣାଶୁଣା ବିଶିଷ୍ଟ ସମଵାୟଵିତ ମହେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଦର ଶାଖାର ପରିଚାଳକ ରଞ୍ଜିତ କୁମାର ମହାପାତ୍ର ଯୋଗ ଦେଇ ନୂତନ ଭାବେ ସଂପାଦକ ଦାୟିତ୍ଵ ଗ୍ରହଣ କରିଥିବା ସୁରଜ୍ କୁମାର ସ୍ୱାଇଁ ଓ ପୂର୍ବତନ ସଂପାଦକ ପ୍ରତାପ କୁମାର ସୁନ୍ଦରରାୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଵା ସହିତ ଋଣ ଲଗାଣ ସହିତ ଋଣ ଆଦାୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସମସ୍ତ ପରିଚାଳନା ନିର୍ଦ୍ଦେଶକଙ୍କ ସହିତ କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛୟତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଭିଷେକ ପାଣି, ଜଗନ୍ନାଥ ଦେବତା ସହାୟତା ଯୋଗାଇ ଥିଲେ ।