ଗରଦପୁର, ୨୦/୦୮/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ତଥା ତେଣ୍ଡାକୁଡା ପଞ୍ଚାୟତର ସମିତିସଭ୍ୟ ବାସୁଦେବ ବେହେରାଙ୍କ ନେତୃତ୍ଵରେ ଗରଦପୁର ବ୍ଲକ ଆତ୍ମା କମିଟିର ସମସ୍ତ ସଦସ୍ୟ , ସଦସ୍ୟା ଓ କୃଷିବିଜ୍ଞାନ କେନ୍ଦ୍ରର ଅଧିକାରୀ ମାନେ ଜଗତସିଂହପୁର କୃଷିବିଜ୍ଞାନ କେନ୍ଦ୍ରକୁ ପରିଦର୍ଶନରେ ଯାଇ ମାଛ ଚାଷ , ଛତୁ ଭଳି ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ । ଆତ୍ମା କମିଟିର ସମସ୍ତ ସଭ୍ୟସଭ୍ୟାମାନେ ପରିଦର୍ଶନରୁ ଫେରିବା ପରେ ଗରଦପୁର ବ୍ଲକ କୃଷିବିଜ୍ଞାନ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଆତ୍ମାର ଅଧ୍ୟକ୍ଷ ବାସୁଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷିବିଜ୍ଞାନ କେନ୍ଦ୍ରର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ଆରମ୍ଭ ହେବା କ୍ଷଣି ଶ୍ରୀ ବେହେରା ସମସ୍ତ ସଭ୍ୟସଭ୍ୟ ଓ ବିଭାଗୀୟ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ,ଆତ୍ମା କମିଟି ପରିସରରେ ଆସୁଥିବା ସମସ୍ତ
ବିଭାଗୀୟ ଅଧିକାରୀ ଓ ସଦସ୍ୟମାନେ କୃଷକମାନଙ୍କ ପ୍ରତି ଯତ୍ନବାନ ହେବା ସହିତ ସରକାରଙ୍କ ପକ୍ଷରୁ କୃଷକ ଭାଇମାନଙ୍କ ପାଇଁ ଆସୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ କିପରି ଭାବରେ ସେମାନଙ୍କ ନିକଟରେ ପହଞ୍ଚିପାରିବ ସେ ବିଷୟରେ କହିଥିଲେ । କୃଷକମାନଙ୍କ ପାଇଁ ଆସୁଥିବା ସୁବିଧା ସୁଯୋଗକୁ ଯଦି କୌଣସି ପଞ୍ଚାୟତ ଅଣଦେଖା କରାଯାଏ ତେବେ ସେହି ପଞ୍ଚାୟତର ବିଭାଗୀୟ ଅଧିକାରୀ ଓ କୃଷକ ସାଥୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ବେହେରା ମତ ରଖିଛନ୍ତି ।
ଅନ୍ୟପଟେ ଗରଦପୁର ବ୍ଲକରେ ବର୍ତ୍ତମାନ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି କେନାଲରେ ପାଣି ନାହିଁ । ଦିନେ ଦୁଇ ଦିନ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର କେନାଲରେ ପାଣି ଯୋଗାଇ ଦିଆଯିବ ବୋଲି କେନାଲ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଆଜିର ଏହି ଦ୍ଵିତୀୟ ଅଧବେଶନ ବୈଠକରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ବିଜନ ରାୟ , ଦିଲ୍ଲୀପ ସେଠୀ ,ହେମନ୍ତ ଦାସ , ରାକେଶ ସେଠୀ,ବ୍ରଜ କିଶୋର ସାହୁଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ ।