ଭୁବନେଶ୍ୱର, ୦୫/୦୮/୨୦୨୩ (ଓଡ଼ିଶା ସମାଚାର)- ବିଶ୍ୱ ସୁନା ପରିଷଦର ସଦ୍ୟତମ ସୁନା ଚାହିଦା ଧାରା ରିପୋର୍ଟରୁ ଜଣାପଡ଼ିଛି ଯେ ବର୍ଷର ପ୍ରଥମ ଭାଗରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ରେକର୍ଡ ସୁନା କିଣିବା ଓ ସୁସ୍ଥକର ନିବେଶ ବଜାର ଏବଂ ସ୍ଥିର ଅଳଙ୍କାର ଚାହିଦାରୁ ସୁନା ଉପକୃତ ହେବ । ଦ୍ୱିତୀୟ ତ୍ରୈମାସିକରେ ସୁନା ଚାହିଦା (ଓଟିସିକୁ ବାଦ ଦେଇ) ୨% ହ୍ରାସ ପାଇ ବର୍ଷ/ ବର୍ଷରେ ୯୨୧ ଟନ୍ ହୋଇଛି, ଯଦିଓ ମୋଟ ଚାହିଦା (ଓଟିସି)କୁ ମିଶାଇ ବର୍ଷ/ବର୍ଷ ୭% ବୃଦ୍ଧି ପାଇଥିଲା ଯାହା ବିଶ୍ୱ ସ୍ତରରେ ଏକ ଦୃଢ଼ ସୁନା ବଜାରକୁ ଦର୍ଶାଉଛି । ଦ୍ୱିତୀୟ ତ୍ରୈମାସିକରେ କେନ୍ଦ୍ରୀୟ ବ୍ୟାଙ୍କ ଚାହିଦା ବର୍ଷ/ବର୍ଷରେ ୧୦୩ ଟନ୍କୁ ହ୍ରାସ ପାଇଛି । ତୁର୍କୀ ସୁନା ବିକିବା, ଦେଶ ଭିତିକ ରାଜନୈତିିକ ଓ ଅର୍ଥନୈତିକ ସ୍ଥିତି ପାଇଁ ଏଭଳି ଘଟିଛି । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବର୍ଷର ପ୍ରଥମ ଛଅ ମାସରେ ରେକର୍ଡ ୩୮୭ ଟନ୍ ସୁନା କିଣିଛନ୍ତି ଏବଂ ଦୀର୍ଘକାଳୀନ ସକାରାତ୍ମକ ଧାରା ଅନୁସାରେ ତ୍ରୈମାସିକ ଚାହିଦା ରହିଛି ଯାହା ଜଣାଉଛି ଯେ ବର୍ଷସାରା ସରକାରୀ କ୍ଷେତ୍ରରେ ସୁନା କିଣା ଦୃଢ଼ ରହିବ ।
ବିଶ୍ୱ ସୁନା ପରିଷଦର ସିନିଅର ମାର୍କେଟ ଆନାଲିଷ୍ଟ୍ ଲାଉସି ଷ୍ଟ୍ରିଟ୍ କହିଛନ୍ତି ଯେ, “କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ରେକର୍ଡ ଚାହିଦା ଗତବର୍ଷ ସୁନା ବଜାର ଉପରେ ପ୍ରଭାବ ବିସ୍ତାର କରି ରଖିଥିଲା ଏବଂ ଦ୍ୱିତୀୟ ତ୍ରୈମାସିକରେ ମନ୍ଥର ଗତି ସାଂପ୍ରତିକ ଭୂରାଜନୈତିକ ଉତେଜନା ଓ ସାରା ବିଶ୍ୱରେ ଦେଖାଦେଇଥିବା ଅର୍ଥନୈତିକ ଆହ୍ୱାନପୂର୍ଣ୍ଣ ସ୍ଥିତିରେ ଏକ ସୁରକ୍ଷିତ ସଂପତି ଭାବେ ସୁନାର ଗୁରୁତ୍ୱକୁ ଜଣାଉଛି । ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ଅର୍ଥନୀତିରେ ହ୍ରାସ ସୁନାକୁ ଉପରକୁ ନେଇଛି ଯାହା ଏକ ସୁରକ୍ଷିତ ସଂପତି ମାନ୍ୟତା ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି । ଏଭଳି ସ୍ଥିତିରେ ନିବେଶକ ଓ କେନ୍ଦ୍ରୀୟ ବ୍ୟାଙ୍କ ଚାହିଦାରୁ ସୁନାକୁ ସହଯୋଗ ମିଳିବ ଯାହା ଗ୍ରାହକଙ୍କ ବ୍ୟୟରେ ହ୍ରାସ ଯୋଗୁଁ ଅଳଙ୍କାର ଓ ପ୍ରଯୁକ୍ତି ଚାହିଦାରେ ଥିବା ଦୁର୍ବଳତାକୁ ଦୂର କରିବ ।’’ ବିଶ୍ୱ ସୁନା ପରିଷଦ ପକ୍ଷରୁ ସୁନା ଚାହିଦା ଧାରାର ୩୦ ବର୍ଷ ପାଳନ କରାଯାଉଛି ।
ବର୍ଷର ଆଗାମୀ ଦିନଗୁଡ଼ିକ ଦୃଷ୍ଟିରୁ ସୁନାକୁ ନେଇ ଆମେ ବେଶ ସତର୍କ ରହିଛୁ କାରଣ ବ୍ୟୟରେ ମାନ୍ଦାବସ୍ଥା ଓ ସ୍ଥାନୀୟ ମୂଲ୍ୟରେ ବୃଦ୍ଧିକୁ ନେଇ ଅନିଶ୍ଚିତତା ଲାଗିରହିଛି । ମାତ୍ର ମୌସୁମୀ ଋତୁର ସଫଳତା ଦୀପାବଳି ପୂର୍ବରୁ ମନୋବଳକୁ ଦୃଢ଼ କରିବ ଏବଂ ସକାରାତ୍ମକ ଚମତ୍କାରିତା ପ୍ରଦାନ କରିବ । ୨୦୨୩ର ପ୍ରଥମ ୬ ମାସର ଚାହିଦା ୨୭୧ ଟନ୍ ଥିବାରୁ ବର୍ଷତମାମ ପାଇଁ ଆମ ଆକଳନ ୨୦୨୩ରେ ୬୫୦-୭୫୦ ଟନ୍ ମଧ୍ୟରେ ରହିବ ।’’