ଖୋର୍ଦ୍ଧା,୧୯/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ପାହିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ଆରମ୍ଭ। ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଜଗନାଥଙ୍କ ଵିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଚଳଚଞ୍ଚଳ ହୋଇଉଠିଵ ପୁରୀ ବଡ଼ଦାଣ୍ଡ । ତିନି ଠାକୁର ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରେ ପହଞ୍ଚିଵେ ଏହିସମୟରେ ଅଗଣିତ ଭକ୍ତ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ପୁରୀ କୁ ଛୁଟି ଆସନ୍ତି । ଭକ୍ତ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପୁରୀ କୁ ସଂଯୋଗ କରୁଥିବା ସଡ଼କ ଗୁଡିକ ରେ କିପରି ଭକ୍ତ ମାନେ ଶାନ୍ତି ଶ୍ରୁଂଖଳାର ସହ ନିରାପଦ ରେ ଯାତାୟାତ କରିପାରିବେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସଡକରେ ଏକ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନିରାକାର ପୁର ପୋଲିସ ପକ୍ଷରୁ ଶରଣକୁଳ ରୁ ପୁରୀ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡକରେ ଆସନ୍ତାକାଲି ଭକ୍ତ ମାନେ କିପରି ପୁରୀ ରେ ପହଞ୍ଚି ପାରିଵେ ସେଥିପାଇଁ ରାମେଶ୍ବର ଛକ ଠାରୁ ଲେଣ୍ଡୋ ଶିଦ୍ଧେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏକ ଚାରି ଜଣିଆ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯିବା ସହ ନିରାକାରପୁର ରେଳ ଫାଟକ କୁ ଟ୍ରାଫିକ ର ସ୍ବତନ୍ତ୍ର ଦୃଷ୍ଟି ରଖାଯିବ ବୋଲି ସୂଚନା ଦେଇଛନ୍ତି ନିରାକାରପୁର ଥାନା ଅଧିକାରୀ ଗିତାଞ୍ଜଳୀ ନାୟକ।