Monday , October 2 2023
Breaking News
Home / ବିଶେଷ / ବଙ୍ଗୋପସାଗରରେ ଲଘୁଚାପ

ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର,୧୦/୦୬/୨୦୨୩ (ଓଡ଼ିଶା ସମାଚାର)- ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମିଆଁମାର ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ।

ଏହି ଲଘୁଚାପ କ୍ଷେତ୍ରଟି ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ସୁଦୃଶ୍ୟ ଲଘୁଚାପ ପରିଣତ ହେବାପରେ ଏହା ପ୍ରଭାବ କ’ଣ ରହିବ ଓ ଏହା କେଉଁ ଦିଗ ଦେଇ ଗତି କରିବ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି।

ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି। ଯାହା ଫଳରେ ଲୋକମାନେ ହସ୍ତସନ୍ତ ହେଉଛନ୍ତି। କିଛି ସ୍ଥାନରେ ଅପରାହ୍ନ ପରେ କାଳବୈଶାଖୀ ବର୍ଷା ପବନ ହେଉଛି। କିନ୍ତୁ ପୁଣି ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି। ସେପଟେ ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ମିଆଁମାର ଓ ତାର ଆଖପାଖ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *