Monday , October 2 2023
Breaking News
Home / ବିଶେଷ / ସତ୍ ସଙ୍ଗର ଆଚାର୍ଯ୍ୟ ଦେବଙ୍କ ୫୬ତମ ଆବିର୍ଭାବ ଦିବସ ପାଳିତ

ସତ୍ ସଙ୍ଗର ଆଚାର୍ଯ୍ୟ ଦେବଙ୍କ ୫୬ତମ ଆବିର୍ଭାବ ଦିବସ ପାଳିତ

 ରଘୁନାଥପୁର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତ୍ ସଙ୍ଗର ଆଚାର୍ଯ୍ୟ ଦେବଙ୍କର ୫୬ତମ ଆବିର୍ଭାବ ଦିବସ ରଘୁନାଥପୁର ସତ୍ସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ମଦନମୋହନ ମଠ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ପ୍ରତ୍ୟେକ ମନୁଷ୍ୟ ଜୀବଜଗତ ସୁଖ, ଶାନ୍ତି, ଆନନ୍ଦରେ ରହିବା ପାଇଁ ଆଚାର୍ଯ୍ୟ ଦେବଙ୍କର ଏକମାତ୍ର ଇଚ୍ଛା । ଏଥିପାଇଁ ପ୍ରତ୍ୟେକ ସତ୍ସଙ୍ଗୀ ମାନେ ନିଜର ପଡା ପଡୋଶୀ ଓ ଅନ୍ୟମାନଙ୍କର ବିପଦ ଆପଦରେ ସହାୟତା ଯୋଗାଇଦେବା ସହିତ ସେମାନଙ୍କ ସୁଖ ଦୁଃଖରେ ସାଥୀ ହେବାପାଇଁ ଆଚାର୍ଯ୍ୟ ଦେବ ପରାମର୍ଶ ଦେଉଅଛନ୍ତି ଏବଂ ପ୍ରତ୍ୟେକ ଗୁରୁଭାଇମାନେ ନିଜ ହୃଦୟ ସିଂହାସନରେ ଠାକୁରଙ୍କୁ ସ୍ଥାପନ କରିବା ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏଥିରେ ସତ୍ସଙ୍ଗର ସହପ୍ରତିଋତିକ ଡ.ନଗେନ୍ଦ୍ର ନାଥ ସ୍ୱାଇଁ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ସତ୍ନାମ ଜପ କରିବା ସହିତ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କଲେ ତାର ଉନ୍ନତି ପାଇଁ ତାକୁ ଭାବିବାକୁ ହେବ ନାହିଁ ବୋଲି କହିଥିଲେ । ଏଥିରେ ସହପ୍ରତିଋତିକ ଇଂ ବିରେନ୍ଦ୍ର କୁମାର ରାଉତ ପୌରହିତ୍ୟ କରିଥିଲେ । ଏହି ଉତ୍ସବରେ ସହପ୍ରତିଋତିକ ନିଶିଥକାନ୍ତ ସ୍ୱାଇଁ, ଅଧ୍ୟର୍ଯୁ ବଲ୍ଲଭ ଦାଶ, ଯାଜକ ନିର୍ମଳ କୁମାର ଜେନା ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କର ଭାବଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ କୈଳାଶ ଚନ୍ଦ୍ର ଦଳାଇ, ରାଜେନ୍ଦ୍ର ନାୟକ, ଶ୍ରୀପତି ଦାଶ, ବଂଶୀଧର ସ୍ୱାଇଁ, ପ୍ରଶାନ୍ତ ନାୟକ, ବିନୋଦ କୁମାର ଦାସ, ବିଶ୍ୱଜିତ୍ ଦାସ, ଅରବିନ୍ଦ ନାୟକ, ଅଭୟ କୁମାର ସାହୁ, ପ୍ରଶାନ୍ତ କୁମାର ବେହେରା, ଶାରଦା ପ୍ରସାଦ ପଣ୍ଡା, ଅମର କୁମାର ଜେନା ପ୍ରମୁଖ ଯୋଗଦେଇ ଠାକୁରଙ୍କର ଭଜନକୀର୍ତନ ଓ ଗ୍ରନ୍ଥପାଠ କରିଥିଲେ ।

Leave a Reply

Your email address will not be published. Required fields are marked *