Monday , October 2 2023
Breaking News
Home / ବିଶେଷ / ମନ୍ତ୍ରୀ ଙ୍କ ପରେ ଉଚ୍ଚଶିକ୍ଷା ବିଭାଗର ସଚିବ ଙ୍କ ବଦଳି

ମନ୍ତ୍ରୀ ଙ୍କ ପରେ ଉଚ୍ଚଶିକ୍ଷା ବିଭାଗର ସଚିବ ଙ୍କ ବଦଳି

ଭୁବନେଶ୍ୱର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି । ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍‌ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ବ ଦିଆଯାଇଥିବାବେଳେ ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ଉଲ୍ଲେଖ ଥାଉ କି ଆଜି ସକାଳେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ । ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଇଥିଲା । ଏହାପରେ ଚର୍ଚ୍ଚା ଜୋର ଧରିଥିଲା ଯେ ବିଭାଗର ଖରାପ ପ୍ରଦର୍ଶନ ପାଇଁ ଯଦି ମନ୍ତ୍ରୀ ଦାୟୀ ତେବେ ସଚିବ କାହିଁକି ନୁହଁନ୍ତି । ଏହାପରେ ରାଜ୍ୟ ସରକାର ସଚିବଙ୍କୁ ମଧ୍ୟ ବଦଳି କରିଛନ୍ତି  ।

Leave a Reply

Your email address will not be published. Required fields are marked *