Monday , October 2 2023
Breaking News
Home / ତାଜା ଖବର / ଭଂଜ କଳାମଣ୍ଡପରେ ମାଲୟେସିଆ ରୁ ଆସିଥିବା ଗୁରୁ ଶ୍ରୀ ଗଣେଷନ୍ ଟଳି ପଡ଼ିଲେ

ଭଂଜ କଳାମଣ୍ଡପରେ ମାଲୟେସିଆ ରୁ ଆସିଥିବା ଗୁରୁ ଶ୍ରୀ ଗଣେଷନ୍ ଟଳି ପଡ଼ିଲେ

ଭୁବନେଶ୍ୱର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଭଂଜ କଳାମଣ୍ଡପରେ ଅଭାବନୀୟ ଘଟଣା । ପ୍ରଦୀପ ପ୍ରଜ୍ୱଳନ ବେଳେ ଟଳିପଡ଼ିଲେ ମାଲୟେସିଆ ରୁ ଆସିଥିବା ଗୁରୁ ଶ୍ରୀ ଗଣେଷନ୍ । ଭାରତ ନାଟ୍ୟମ୍ ଗୁରୁ ଶ୍ରୀ ଗଣେଷନ୍ । ନୃତ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ପ୍ରଥମେ ଭାରତ ନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ଲଗାଉଥିଲାବେଳେ ଟଳି ପଡ଼ିଥିଲେ । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । କ୍ୟାପିଟାଲ ହସପିଟାଲ ରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଭଂଜ କଳାମଣ୍ଡପରେ ତିନି ଦିନିଆ ଓଡ଼ିଶି ନୃତ୍ୟ କାର୍ଯ୍ୟକ୍ରମ ଚାଲିଥିଲା । ଆଜି ଥିଲା ଶେଷ କାର୍ଯ୍ୟକ୍ରମ । ଅନ୍ୟ ଅତିଥି ମାନଙ୍କ ସହିତ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରୁଥିବା ସମୟରେ ଟଳିପଡ଼ିଥିଲେ । ପ୍ରଥମେ ଶ୍ରୀ ହସପିଟାଲକୁ ନିଆଯାଇଥିଲା ଓ ପରେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *