Monday , October 2 2023
Breaking News
Home / ବିଶେଷ / ବଜ୍ରପାତରେ ମୃତ ପରିବାରଙ୍କୁ ବିଜେଡି ନେତାଙ୍କର ସହାୟତା    

ବଜ୍ରପାତରେ ମୃତ ପରିବାରଙ୍କୁ ବିଜେଡି ନେତାଙ୍କର ସହାୟତା    

ରଘୁନାଥପୁର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ପଂଚାୟତ ଏରଡଙ୍ଗା ଗ୍ରାମର ନାରାୟଣ ଚନ୍ଦ୍ର ଦାସ ଗତକାଲି ଅପରାହ୍ନରେ ଛେଳି ଚରାଇବାକୁ ଯାଇଥିବାବେଳେ ବଜ୍ରପାତରେ ବେହୋସ ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା ମେଡିକାଲରେ  ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବଟିକୁ ବ୍ୟବଚ୍ଛେଦ କରାଯାଇ ଗ୍ରାମ ଶ୍ମଶାନରେ ସକôାର କରାଯାଇଥିଲା । ଏହି ଖବରପାଇ ବିଜୁ ଜନତା ଦଳର ନେତା ସଂଗ୍ରାମୀ ଯୁଧିଷ୍ଠିର ସେଠୀ ଶ୍ମଶାନ ସ୍ଥଳରେ ପହଂଚି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ପୁତ୍ରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଖବର ପାଇ ସାଂସଦ ରାଜଶ୍ରୀ ମଲିକ, ସରପଂଚ ଧର୍ମାନନ୍ଦ ସେଠୀ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ତାରାକାନ୍ତ ଜେନା, ପଂଚାୟତ ବିଜେଡ଼ି ସଭାପତି ରାଜେନ୍ଦ୍ର ନାୟକ, ଉମାକାନ୍ତ ନାୟକ, ଅନିଲ ମହାନ୍ତି, ନାଲିବର ଯୁବକ ସଂଘର ସଭଗ୍ୟମାନେ ପରିବାର ନିକଟରେ ପହଂଚି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *