ଗରଦପୁର ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତଳକୁସୁମା ଗ୍ରାମ ପଂଚାୟତର ବଙ୍ଗାରୀ ଠାରେ ଥିବା ପର୍ଯ୍ୟଟନସ୍ଥଳୀ ଅନ୍ଧବର ପୀଠରେ ପୀଠର ପୁନରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଥିବା ଅନୁଦାନ ସଂପର୍କରେ ଏକ ବୈଠକ ସଭାପତି ଗଜେନ୍ଦ୍ରନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୀଠର ପୁନରୁଦ୍ଧାର ନିମନ୍ତେ ସରକାର ପ୍ରଦାନ କରିଥିବା ୨୫ଲକ୍ଷ ଟଙ୍କାର ସତ୍ବିନିଯୋଗ କରାଯାଇ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କିପରି କରାଯିବ ସେ ବିଷୟରେ ବିଷଦ୍ ଭାବେ ଆଲୋଚନା କରାଯାଇଥିଲା । ୩ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଉକ୍ତ ଟଙ୍କାର ସତ୍ବିନିଯୋଗ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । ସରକାର ପୀଠର ପୁନରୁଦ୍ଧାର ନିମନ୍ତେ ପ୍ରଦାନ କରିଥିବା ୨୫ ଲକ୍ଷ ଟଙ୍କାରେ ଅସୁରକ୍ଷିତ ଅବସ୍ଥାରେ ଥିବା କାର୍ଯ୍ୟାଳୟ ସ୍ଥାନରେ ନୂତନ ଭାବେ ଆନନ୍ଦ ବଜାର ଗୃହ ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଗୋଲକ ଚନ୍ଦ୍ର ସ୍ୱାଇଁ, ସୁରେନ୍ଦ୍ରନାଥ ଜେନା, ସୁବାସ ଚନ୍ଦ୍ର ପରିଜା, ପ୍ରହଲ୍ଲାଦ ସାହୁ, ଜ୍ୟୋତିଷ ଚନ୍ଦ୍ର ପରିଜା, ଅମର ନାୟକ, ଧନେଶ୍ୱର ବେହେରା, ସନ୍ତୋଷ ସାମଲଙ୍କ ସମେତ ନିକଟସ୍ଥ ଗ୍ରାମବାସୀମାନେ ଉପସ୍ଥିତ ରହି ସରକାର ପୀଠର ଉନ୍ନତିକରଣ ନିମନ୍ତେ ଅନୁଦାନ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତ ।