ରଘୁନାଥପୁର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ଯାତ୍ରା ଜଗତର ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ବିୟୋଗର ଦ୍ୱଦଶାହ ଦିବସରେ ତାଙ୍କର ପ୍ରତିମୂର୍ତି ରେଢୁଆ ନୂଆଗଡ ଠାରେ ଉନ୍ମୋଚନ କରାଯାଇଛି । ଏହି ପ୍ରତିମୂର୍ତିକୁ ଜଗତସିଂହପୁର ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଉନ୍ମୋଚନ କରି ଇଂ ଶ୍ରୀ ମହାପାତ୍ରଙ୍କ ବିୟୋଗ କେବଳ ଜଗତସିଂହପୁର ଜିଲାରେ ନୁହେଁ ସମଗ୍ର ଓଡିଶାର ଅପୂରଣୀୟ କ୍ଷତି ଘଟିଛି ବୋଲି କହିଥିଲେ । ବିଜେଡି ନେତା ଯୁଧିଷ୍ଠିର ସେଠୀ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ୱର୍ଗତ ମହାପାତ୍ର ନାଟ୍ୟଜଗତର ମଉଡ଼ ମଣି ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ଇଂ ମହାପାତ୍ର ଥିଲେ ସମଗ୍ର ନାଟ୍ୟ ଜଗତର ଥିଲେ ମଉଡମଣି ବୋଲି କହିଥିଲେ ।
ଶ୍ରୀମତୀ ଲେଙ୍କା ଆହୁରି କହିଲେ ଯେ ନାଟ୍ୟକାର କିଶୋର ମହାପାତ୍ରଙ୍କର ନାଟକ ଗୁଡିକ ଲକ୍ଷ ଲକ୍ଷ ଦର୍ଶକଙ୍କର ମନମୁଗ୍ଧ କରିବା ସହିତ ତାଙ୍କ ନାଟକରେ ବହୁ ଶିକ୍ଷଣୀୟ ଓ ସମାଜ, ସଂସ୍କାର ଓ ସଚେତନତା ବାର୍ତା ପ୍ରଦାନ କରୁଥିଲା ବୋଲି କହିଥିଲେ । ଏହି ଉତ୍ସବରେ ବିଶିଷ୍ଟ ଅଭିନେତା ପ୍ରଦୁ୍ୟମ୍ନ କୁମାର ଲେଙ୍କା, ରଘୁନାଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଜଗତସିଂହପୁର ଜିଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଜେପି ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ନେତା ରାଜକିଶୋର ବେହେରା, ଜିଲା କୃଷକ ସଂଗଠନ ଉପସଭାପତି ଦିଲ୍ଲିପ କୁମାର ରଥ, ସାହିତି୍ୟକ ଅଲେଖ ବେହେରା, ଚିନ୍ମୟ ମହାପାତ୍ର, ଶିକ୍ଷାବିତ୍ ନିରଞ୍ଜନ ପାତ୍ର, କୃତିବାସ ମହାପାତ୍ର, ନିରୋଦ ରଥ, ନିମାଇଁ ଦାସ, ବିଜନ ମହାପାତ୍ର, ଗୋଲଖ ସ୍ୱାଇଁ, ଯୁବନେତା ଭଗବାନ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମହାପାତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବରେ ତାଙ୍କର କନ୍ୟା ଅସୀମା ମହାପାତ୍ର, ପୁତ୍ର ଆଶୁତୋଷ ମହାପାତ୍ର, ପ୍ରଦିପ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।