ରଘୁନାଥପୁର, ୦୯/୦୬/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ନିକଟସ୍ଥ ମାଳିଅଂଚ ଗ୍ରାମର ସୁଦିପ୍ତ ମହାନ୍ତିଙ୍କ ଧର୍ମପତ୍ନୀ ସଞ୍ଜୁକ୍ତା ମହାନ୍ତିଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତଃ ମହାନ୍ତି ଜଣେ ଧର୍ମପରାୟଣା, କର୍ତବ୍ୟ ପରାୟଣା, ପରୋପକାରୀ, ମିଷ୍ଟଭାଷୀ, ସତ୍ୟନିଷ୍ଠ, ମେଳାପୀ ମହିଳା ଥିଲେ । ତାଙ୍କର ବିୟୋଗରେ ଏଅଂଚଳରେ ଶୋକରଛାୟା ଖେଳିଯାଇଛି । ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ଅଭିଷେକ ମହାନ୍ତି ମୁଖାଗ୍ନି ଦେଇଥିଲେ । କନ୍ୟା ମୌସୁମୀ ପ୍ରିୟଦର୍ଶନୀ, ଭ୍ରାତା ଏମ.ଏନ୍. ହର୍ଷବର୍ଦ୍ଧନ, ପ୍ରଦିପ୍ତ କିଶୋର ମହାନ୍ତି, ୟଶୋବର୍ଦ୍ଧନ, ଧରିତ୍ରୀ ମହାନ୍ତି, ଅର୍ପିତା ମହାନ୍ତି ଶବାଧାର ନିକଟରେ ଉପସ୍ଥିତ ଥିଲେ । ସରପ ରବିନାରାୟଣ ସିଂହ, ଆଗାମୀ ଓଡିଶା ସଭାପତି ପ୍ୟାରୀମୋହନ ପଟ୍ଟନାୟକ, ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଅଧ୍ୟାପକ ଆଶିଷ ଚକ୍ରବର୍ତି, ଅଶୋକ କୁମାର ଦାସ (ଯୁବୁଦା), ବୈଷ୍ଣବ ଗାୟା, ଅଶୋକ କୁମାର ରାଉତ, ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ, ମାନସ ପ୍ରଫେସର ଶରତ କୁମାର ରାଉତରାୟ, ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାପାତ୍ର, ହେମନ୍ତ କୁମାର ବରାଳ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।